• About Us
  • Contact Us
Monday, March 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବ୍ୟାଗ ଖର୍ଚ୍ଚ ୨୪୭ କୋଟି

by Voice of Victims
September 4, 2024
in ମୁଖ୍ୟ ଖବର, ରାଜ୍ୟ
ବ୍ୟାଗ ଖର୍ଚ୍ଚ ୨୪୭ କୋଟି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ସବୁଠୁ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଝୋଟ ବ୍ୟାଗ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି ୩୬ ଲକ୍ଷ। ବିଧାନସଭା ଚାଲିଥିବା ବେଳେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି। ନିର୍ବାଚନ ପୂବରୁ ୨ଟି ବ୍ୟାଗ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା। ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ଟଙ୍କା। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ଥାତ୍ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ହିଁ ମିଳିଥିଲା ୧୦୦୦ ଟଙ୍କା । ଏହା ସହିତ ୨ଟି ଲେଖାଏ ଝୋଟ ବ୍ୟାଗ୍‌ ବି ମିଳିଥିଲା। ସେହିଭଳି ଏଥିରେ ସାମିଲ ଥିବା ପରିବାରଙ୍କୁ ଦୁଇଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍‌ ଦେଇଥିଲେ ପୂର୍ବ ସରକାର । ରାଜ୍ୟର ମୋଟ ୯୫.୯୦ ଲକ୍ଷ ପରିବାର ଏଥିରେ ଉପକୃତ ହୋଇଥିଲେ। ୯୫.୯୦ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଓ ଦୁଇଟି ଝୋଟ ବ୍ୟାଗ୍‌ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

Post Views: 27
Share199Tweet124Send
Voice of Victims

Voice of Victims

Recent Posts

  • ବିଶ୍ୱରେ ଯୁଦ୍ଧର ନିଆଁ: ଆକାଶଛୁଆଁ ଅଶୋଧିତ ତୈଳ ଦର, ୧୦୦ ଡଲାର ପାର୍ କଲା ଦର
  • ୧୦ ଦଫା ଦାବି ନେଇ ରାଜରାସ୍ତାରେ ଅଲ୍ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ
  • ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, ଫେରିଛି ମାତ୍ର ୭ କୋଟି ଟଙ୍କା
  • ପୁରୀ ପରେ କେନ୍ଦୁଝର କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ
  • ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଆଜି, କାଏମ ରହିଲା ୫ ପ୍ରାର୍ଥୀତ୍ବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In