• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶୃଙ୍ଖଳା ରେ ଚାଲିଛି ବାଲେଶ୍ଵର ଧର୍ମଘଟ

by Voice of Victims
July 10, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶୃଙ୍ଖଳା ରେ ଚାଲିଛି ବାଲେଶ୍ଵର ଧର୍ମଘଟ

ବାଲେଶ୍ଵର,( ଭିଓଭି ) ୧୦/୭ : – ସ୍ୱାଧୀନ ଜାତୀୟ ଫେଡେରେସନ ଏବଂ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ଭାବରେ ବୁଧବାର ହୋଇଥିବା ଦେଶବ୍ୟାପୀ ଧର୍ମଘଟ ବାଲେଶ୍ଵର ରେ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି । ଆନ୍ଦୋଳନକାରୀ ମୋଟର ସାଇକେଲ ଶୋଭାଯାତ୍ରାରେ ବାଲେଶ୍ଵର ରେଳଷ୍ଟେସନ , ବସଷ୍ଟାଣ୍ଡ , ରିକ୍ସାଷ୍ଟାଣ୍ଡ , ଇତ୍ୟାଦି ସ୍ଥାନକୁ ଯାଇ ଯାନବାହାନ ଗୁଡ଼ିକୁ ଅପରାହ୍ନ ପର୍ଯ୍ୟନ୍ତ ଅଟକ ରଖିଥିଲେ । ସେହିପରି ପୈାରକାର୍ଯ୍ୟାଳୟ , ସମସ୍ତ ଜାତୀୟକରଣ ବ୍ୟାଙ୍କ , ମୂଖ୍ୟ ଡାକଘର‌ , ଆରଏମ୍ଏସ , ଜିଲା ଶ୍ରମ ଦପ୍ତର , ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରଭୃତି ବନ୍ଦ ରହିଥିଲା । ସହର ଉପକଣ୍ଠରେ ଥିବା ବିରଳା ଟାୟାର୍ସ ଓ ସୋମନାଥପୁର ଶିଳ୍ପାଞ୍ଚଳରେ ଥିବା କ୍ଷୁଦ୍ର , ମଧ୍ୟମ ଶିଳ୍ପ ସଂସ୍ଥାଗୁଡିକର ଶ୍ରମିକମାନେ ମଧ୍ୟ ଧର୍ମଘଟକୁ ପୂର୍ଣ୍ଣି ସମର୍ଥନ କରିଥିଲେ । ଅଭାବନୀୟ ପରିସ୍ଥିତି ନ ଉପୁଜିବା ପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହି ଧର୍ମଘଟ ରେ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା , ସାଧାରଣ ସଂପାଦକ ଗୈ।ରାଙ୍ଗ ପାଣିଗ୍ରାହୀ , ସ୍ୱାଧୀନ ଫେଡେରେସନ ପକ୍ଷରୁ ଭାଗବତ ପ୍ରତିହାରୀ , ରାଜକିଶୋର ଲେଙ୍କା , ଶ୍ୟାମସୁନ୍ଦର ଜେନା , ଅରୁଣ ସ୍ୱାଇଁ , ବାସନ୍ତୀ ସାମଲ , କୃଷକ ସଂଗଠନ ପକ୍ଷରୁ ନିର୍ମଳ ନାୟକ , ସୀତାଂଶୁ ସେନାପତି , ପ୍ରେମରଞ୍ଜନ ପାତ୍ର ,ବନ୍ଦନା ପାତ୍ର , ପ୍ରଭାବତୀ ଦାସ , ପ୍ରତିଭା ପାଲ , ତପନ ସିଟ , ନାରାୟଣ ପାଣିଗ୍ରାହୀ , କଂଗ୍ରେସ ଏବଂ ବିଜେଡି ରୁ ସଞ୍ଜୀବ ଗିରି , ପୀର ପାଢ଼ୀ , ପ୍ରାକ୍ତନ ବିଧାୟକ ସୁଦର୍ଶନ ଜେନା , ସୁଧାଂଶୁ ପରିଡ଼ା , ସ୍ୱରୂପ ଦାସ , ବାଲେଶ୍ଵର ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ମନୋଜ ନାୟକ ପ୍ରମୁଖ ଧର୍ମଘଟ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Post Views: 56
Share199Tweet125Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In