• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କାଲିଠାରୁ ବାଲିଯାତ୍ରା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

by Voice of Victims
November 14, 2024
in ମୁଖ୍ୟ ଖବର, ରାଜ୍ୟ
କାଲିଠାରୁ ବାଲିଯାତ୍ରା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାରଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ। ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦ୍‌ଘାଟନ କରିବେ। ବୋଟ୍‌କ୍ଲବଠାରୁ ୪ଟି ବୋଇତରେ ମଞ୍ଚ ନିକଟକୁ ଆସିବେ ଅତିଥି। ଏହି ଅବସରରେ ୧୩ ଦକ୍ଷିଣ ପୂର୍ବ ଏସୀୟ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ। ଗତବର୍ଷ ୬୦ ଲକ୍ଷରୁ ଅଧୁକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ବାଲିଯାତ୍ରା ଭିଡ଼। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ମେଳାରେ ୭୦ ଲକ୍ଷ ଜନସମାଗମ ଆକଳନ କରିଛି ଜିଲା ପ୍ରଶାସନ। ବାଲିଯାତ୍ରା ପଡ଼ିଆରେ ମିଳିବ ଦେଶୀ ପିଠା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନୁହେଁ ବରଂ ଅନ୍ତର୍ଜାତୀୟ ମାନ୍ୟତା ବା ୟୁନେସ୍କୋ ସାର୍ଟିଫିକେଶନ ହାସଲ କରିବା ଏବେ ପ୍ରାଥମିକତା ପାଲଟିଛି। ଏଥିପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି। ଚଳିତବର୍ଷ ଭଳି ଲଗାତର ୩ ବର୍ଷ ଧରି ଏହି ଭଳି ଶୈଳୀରେ ବାଲିଯାତ୍ରା ଆୟୋଜନ ହେଲେ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ସମ୍ଭାବନା ବଢ଼ିବ ବୋଲି କହିଛନ୍ତି ଜିଲାପାଳ। ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ଏକ ସ୍ବତନ୍ତ୍ର ପାଭିଲିୟନର ଆକର୍ଷଣ ଯୋଡ଼ା ଯାଉଛି। ବାର୍ଲି,ଇଣ୍ଡୋନେସିଆ ଭଳି ୮ଟି ଦେଶର ସାଂସ୍କୃତିକ ଦଳ ବି ଆସିବେ ବାଲିଯାତ୍ରାକୁ। ଏଥର ଅନ୍ୟତମ ଆକର୍ଷଣ ପାଲଟିବ କଟକ ଇନ୍‌ କଟକ। ଓଡ଼ିଆ ଅସ୍ମିତା ସହ ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର ସ୍ଥାନ ପାଇଛି ସେଠାରେ। ଏହା ଛଡ଼ା ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’, ସହ ଜଳକ୍ରୀଡ଼ାର ଭରପୂର ଆନନ୍ଦ ନେଇପାରିବେ ଲୋକେ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In