• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୃନ୍ଦାବନପୁର “ପଞ୍ଚାୟତ ବ୍ୟାଙ୍କ ଗୃହ”ସ୍ଥାନାନ୍ତର ଘଟଣା: ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ, ନିର୍ମାଣ ହେଉଛି ଗୃହ, ବଢୁଛି ବିବାଦ

by Voice of Victims
February 19, 2024
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ବୃନ୍ଦାବନପୁର “ପଞ୍ଚାୟତ ବ୍ୟାଙ୍କ ଗୃହ”ସ୍ଥାନାନ୍ତର ଘଟଣା: ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ, ନିର୍ମାଣ ହେଉଛି ଗୃହ, ବଢୁଛି ବିବାଦ

ରଣପୁର (ଭି ଓ ଭି) ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମପଞ୍ଚାୟତରେ ହେଉଥିବା “ପଞ୍ଚାୟତ ବ୍ୟାଙ୍କ ଗୃହ ” ବେନିୟମ ଭାବେ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନହୋଇପଡ଼ିଥିବାବେଳେ ଏବେ ଜୋରଜବରଦସ୍ତ ଗୃହ ନିର୍ମାଣ ଚାଲିଥିବା ଜଣାଯାଇଛି l ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସାଙ୍ଗକୁ ବିବାଦ ବଢ଼ିବାରେ ଲାଗିଛି l ଅଭିଯୋଗ ମୁତାବକ ଲୋକମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ଉଦେଶ୍ୟରେ “ପଞ୍ଚାୟତ ବ୍ୟାଙ୍କ ଗୃହ” ନିର୍ମାଣ ହେଉଛି l ସରକାରଙ୍କ ନିୟମ ଅନୁଯାୟୀ ପଞ୍ଚାୟତର ହେଡ୍ କ୍ୱାଟର ରେ ଏହା ନିର୍ମାଣ କରାଯିବାର ନିୟମ ରହିଛି। ଆବଶ୍ୟକୀୟ ସ୍ଥଳେ ଯଦି ଜାଗାର ଅଭାବ ଥାଏ ତେବେ ପଞ୍ଚାୟତ ଅଧିନରେ ଅନ୍ୟ କୌଣସି ଗ୍ରାମରେ ଏହି ବ୍ୟାଙ୍କ ଗୃହ ନିର୍ମାଣ କରାଯାଇ ପାରିବ। ବୃନ୍ଦାବନପୁର ପଞ୍ଚାୟତରେ ଏଭଳି ଏକ ଗୃହ ନିର୍ମାଣ ନିମନ୍ତେ ସରକାରୀ ଅର୍ଥ ମଞ୍ଜୁର ହୋଇଛି l ପଞ୍ଚାୟତ ର କେନ୍ଦ୍ର ସ୍ଥଳୀ ତଥା ପଞ୍ଚାୟତ ଗୃହ ନିକଟରେ ଗୃହ ନିର୍ମାଣ ନିମନ୍ତେ ଜାଗା ବି ରହିଛି। ଜାଗାର ପ୍ରମାଣ ସହ ଅଞ୍ଚଳ ବାସୀଙ୍କ ଜିଲ୍ଲାପାଳଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ କିଛି ନ୍ୟସ୍ଥସ୍ୱାର୍ଥ ଗୋଷ୍ଠୀଙ୍କ ପ୍ରରୋଚନାରେ ପଡି ଏହି ଗୃହ ପଞ୍ଚାୟତ ଠାରୁ ଅନତି ଦୂରରେ ଅର୍ଥାତ ଲେଖନପୁର ଗ୍ରାମ ଠାରେ ନିର୍ମାଣ ହେଉଛି l ଏପରିକି ଯେଉଁ ସ୍ଥାନରେ ଉକ୍ତ ଗୃହ ନିର୍ମାଣ ହେଉଛି ସେହି ସ୍ଥାନର ଅତି ନିକଟରେ ଏକ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ରହିଛି l ଅପରପକ୍ଷେ ପଞ୍ଚାୟତ ନିକଟବର୍ତ୍ତୀ ସାତଟି ମୌଜା ଯଥା ବୃନ୍ଦାବନପୁର ସମେତ ବ୍ରଜସୁନ୍ଦରପୁର, ମଳିପଡ଼ା,ଗାଈଝର,ଅଁଳାପଲ୍ଲୀ, ଚାରପଲ୍ଲୀ, ପାଇକରାପୁର ଆଦି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ ହୋଇ ଆସୁଛି l ଏ ନେଇ ଗ୍ରାମବାସୀ ପ୍ରଥମେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପୁଣି ଦ୍ୱିତୀୟ ଥର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ରେ ଅଭିଯୋଗ କରିଥିଲେ l ଏପରିକି ଏ ନେଇ ରାଜ୍ୟର ଏକ ଜଣାଶୁଣା ସାମାଜିକ ସଂଗଠନ ଭାବେ ପରିଚିତ ” ଭଏସ ଅଫ ଭିକ୍ଟିମସ୍ ” ତରଫରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା l ତୁରନ୍ତ ଏହାର ସମାଧାନ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ଚିଠି ମାଧ୍ୟମରେ ଜିଲ୍ଲପାଳ ଅଫିସରୁ ତାଗିଦ କରାଯାଇଥିଲା l ହେଲେ ଫଳ ଓଲଟା,ଯଥା ପୂର୍ବ ତଥା ପର ସଦୃଶ ଏବେ ଯୁଦ୍ଧ କାଳୀନ ଭିତ୍ତିରେ କାମ ଯୋରସୋର ଚାଲିଛି l ଯାହାକି ପଞ୍ଚାୟତରେ ଏକ ଚାପା ଉତ୍ତେଜନା ଲାଗିରହିଥିବା ଚର୍ଚ୍ଚା ହେଉଛି l ଫଳରେ ରେ ଅଞ୍ଚଳରେ ଅସନ୍ତୋଷ ବଢିବା ସାଙ୍ଗକୁ ଭାଇଚାରା ନଷ୍ଟ ହେବାରେ ଲାଗିଛି l କିନ୍ତୁ ଏହାର ପ୍ରାଥମିକ ଅନୁସନ୍ଧାନ ପରେ ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ରବୀନ ଚର୍ଚ୍ଚିଲ ମିଶ୍ର କହିଥିଲେ ହେଁ ଏହାର ପଦକ୍ଷେପ ନନେବାରୁ ଏବେ ଅଡୁଆ ଆଡ଼କୁ ଗତିକରୁଛି l ବେଳ ଥାଉ ଥାଉ ଏହାର ପ୍ରତିକାର କରାନଗଲେ ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ଉପୁଯିବ ବୋଲି ଚର୍ଚ୍ଚା ଯୋର ଧରିଛି l ତେବେ ବିଡ଼ିଓ ସୁଧୀର କୁମାର ନାୟକଙ୍କୁ ପଚାରିବାରେ ଏହାର ବ୍ୟବସ୍ଥା କରାଯିବ ବୋଲି ସଫେଇ ଦେଇଛନ୍ତି l

Post Views: 48
Tags: Bandabanpur "Panchayat Bank House" transfer case: Zero departmental actionconstruction is house
Share200Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In