• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଅଧିକାରୀଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

by Voice of Victims
September 12, 2024
in ରାଜ୍ୟ
ଅଧିକାରୀଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ:ଦୁଇ ସେନା ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିବା ସହିତ ସେମାନଙ୍କର ଜଣେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି।  ମଧ୍ୟପ୍ରଦେଶ ଇନ୍ଦୋରଠାରୁ ୫୦ କିଲୋମିଟର ଦୂର ଐତିହାସିକ ଜାମ ଗେଟ୍‌ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଘଟଣା ସମ୍ପର୍କରେ ଜଣେ ଲ୍ୟୁଟନାଣ୍ଟ କରିଥିବା ଅଭିଯୋଗ ଅନୁସାରେ, ୨ ଜଣ ସେନା ଅଧିକାରୀ ସେମାନଙ୍କ ୨ ବାନ୍ଧବୀଙ୍କ ସହିତ ମଙ୍ଗଳବାର ରାତିରେ ମୋଓ-ମାଣ୍ଡଲେଶ୍ଵର ରାସ୍ତାରେ ଥିବା ଅହିଲ୍ୟା ଗେଟ୍ ବୁଲିବାକୁ ଯାଇଥିଲେ। ରାତି ପ୍ରାୟ  ୨ଟା ୩୦ରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ନିକଟରେ ଥିବା ଏକ ପାହାଡ଼ ଉପରେ ଥିବା ବେଳେ ଅନ୍ୟ ଦୁଇ ଜଣ କାର ଭିତରେ ଥିଲେ। ଏହି ସମୟରେ ୬/୭ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହିତ କାରରେ ଥିବା ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଥିଲେ। ତଳେ ପାଟି ଶୁଣି ଅନ୍ୟ ସେନା ଅଧିକାରୀ ଜଣକ ସେଠାକୁ ଆସିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିବା ସହିତ ୧୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏହି ସମୟରେ କାରରେ ଥିବା ସେନା ଅଧିକାରୀ ଜଣକ ଟଙ୍କା ମାଗିବା ବାହାନରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଉପରିସ୍ଥ ଅଧିକାରୀ ଜଣକ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଜଣେ ବାନ୍ଧବୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ ପାଖ ଜଙ୍ଗଲରୁ ଗିରଫ କରିଛି।ଅନ୍ୟପଟେ ଦୁଇ ସେନା ଅଧିକାରୀ ଏବଂ ସେମାନଙ୍କ ଦୁଇ ବାନ୍ଧବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ସମସ୍ତେ ଆହତ ହୋଇଥିବାବେଳେ ଜଣେ ବାନ୍ଧବୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଏସପି ହିତିକା ବସଲ କହିଛନ୍ତି।

Post Views: 28
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In