• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ

by Voice of Victims
March 6, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ ବାଂଲାଦେଶ କ୍ରିକେଟ ଟିମର ୱିକେଟ କିପର ମୁଶଫିକୁର ରହିମ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ଅଷ୍ଟ୍ରେଲିଆ ଟିମର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟକୁ ଅଲବିଦା କହିଥିବା ବେଳେ ଆଜି ବାଂଲାଦେଶୀ କ୍ରିକେଟର ଦିନିକିଆ କ୍ରିକେଟକୁ ବାଏ ବାଏ କହିଛନ୍ତି । ମୁଶଫିକୁର ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ମୁଶଫିକୁର ଏହି ପୋଷ୍ଟରେ କହିଛନ୍ତି, ଦିନିକିଆ ଫର୍ମାଟରେ ବାଂଲାଦେଶ ଜର୍ସିରେ ନଜର ଆସିବେନି । ୩ ବର୍ଷ ପୂର୍ବରୁ ମୁଶଫିକୁର ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ ।

ମୁଶଫିକୁର ରହିମ ୧୯ ବର୍ଷ ପୂର୍ବେ ୨୦୦୬ରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ବାଂଲାଦେଶ ପାର୍ଇ ମୁଶଫିକୁର ରହିମ ୨୭୪ ଦିନିକିଆ ଖେଳିଛନ୍ତି । ବାଂଲାଦେଶ ପାଇଁ ସବୁଠାରୁ ଅଧିକ ଦିନିକିଆ ଖେଳିଛନ୍ତି ମୁଶଫିକୁର । ଏହାଛଡା ଦିନିକିଆ ଫର୍ମାଟରେ ବାଂଳଶଦେଶ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା ଦ୍ବିତୀୟ ବ୍ୟାଟର । ସେ ୨୭୪ ଦିନିକିଆ ମ୍ୟାଚରେ ୩୬.୪୨ ଆଭରେଜ ଏବଂ ୭୯.୭ ଷ୍ଟ୍ରାଇକ ରେଟରେ ୭୭୯୫ ରନ୍ କରିଛନ୍ତି । ମୁଶଫିକୁରଙ୍କ ଶ୍ରେଷ୍ଠ ସ୍କୋର ୧୪୪ ରହିଛି । ଏହାଛଡା ୯ ଶତକ ଏବଂ ୪୯ ଅର୍ଦ୍ଧଶତକ କରିଛନ୍ତି ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବାଂଲାଦେଶର ପ୍ରଦର୍ଶନ ନୈରାଶଜନକ ରହିଥିଲା । ବାଂଲାଦେଶ ଟିମ୍ ଗ୍ରୁପ ଷ୍ଟେଜରୁ ବିଫଳ ହୋଇଥିଲା ବାଂଲାଦେଶ ଭାରତ ବ୍ୟତୀତ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ବରଣ କରିଥିଲା । ଏହାପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଥିଲା । ତେଣୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା ବାଂଲାଦେଶ ।

ସୂଚନାଯୋଗ୍ୟ, ଗତକାଲି ଅଷ୍ଟ୍ରେଲିଆ ଟିମର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଟେଷ୍ଟ ଏବଂ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବେ । ସ୍ମିଥ ୨୦୧୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଲରାଉଣ୍ଡର ଭାବେ ଡେବ୍ୟୁ କରିଥିଲେ । ଏହାପରେ ବ୍ୟାଟିଂରେ କମାଲ କରି ଦୁନିଆର ଶ୍ରେଷ୍ଠ ବ୍ୟାଟର ଭାବେ ଜଣାଶୁଣା ହେଲେ । ସେ ଅଷ୍ଟ୍ରେଲିଆ ପାଇଁ ୧୭୦ ଦିନିକିଆରେ ୪୩.୨୮ ପ୍ରତିଶତରେ ୫୮୦୦ ରନ୍ କରିଛନ୍ତି । ଏଥିରେ ୧୨ ଶତକ ଏବଂ ୩୫ ଅର୍ଦ୍ଧଶତକ ରହିଛି । ଏହାସହିତ ସେ ୨୮ ୱିକେଟ ମଧ୍ୟ ନେଇଛନ୍ତି ।

Post Views: 57
Tags: breaking newscricket news
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In