• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ରାହୁଲ ଦ୍ରାବିଡଙ୍କ ପୁଅ ସାମିଲ

by Voice of Victims
August 31, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ରାହୁଲ ଦ୍ରାବିଡଙ୍କ ପୁଅ ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମଲ୍ଟି ଫର୍ମାଟ୍ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଏହି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡଙ୍କୁ ଏହି ଦଳରେ ସାମିଲ କରାଯାଇଛି। ବାସ୍ତବରେ ସମିତଙ୍କୁ ଭାରତର ଅଣ୍ଡର -୧୯ ଦଳରେ ସାମିଲ କରାଯାଇଛି। ପ୍ରକାଶ ଯେ, ଭାରତୀୟ ଅଣ୍ଡର -୧୯ ଦଳକୁ ଅଷ୍ଟ୍ରେଲୀୟ ଅଣ୍ଡର -୧୯ ଦଳ ବିପକ୍ଷରେ ଗୋଟିଏ ଦିନିକିଆ ଏବଂ ଚାରି ଦିବସୀୟ ମ୍ୟାଚ୍ ଖେଳିବାର ଅଛି। ଏହି ଉଭୟ ଫର୍ମାଟର ସିରିଜ୍ ପାଇଁ ସମିତ୍ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଅଣ୍ଡର -୧୯ ସିରିଜ୍ ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ ହେବ। ଜୁନିଅର ଚୟନ କମିଟି ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିପକ୍ଷରେ ଆଗାମୀ ମଲ୍ଟି ଫର୍ମାଟ୍ IDFC FIRST ବ୍ୟାଙ୍କ ଘରୋଇ ସିରିଜ୍ ପାଇଁ ଇଣ୍ଡିଆ ଅଣ୍ଡର -୧୯ ଦଳ ଚୟନ କରିଛି। ଏହି ସିରିଜରେ ପୁଡୁଚେରୀ ଏବଂ ଚେନ୍ନାଇରେ ତିନିଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍ ଏବଂ ଦୁଇଟି ଚାରି ଦିବସୀୟ ମ୍ୟାଚ୍ ଖେଳାଯିବ। ଉତ୍ତରପ୍ରଦେଶର ତାରକା ବ୍ୟାଟ୍ସମ୍ୟାନ୍ ମହମ୍ମଦ ଅମାନ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଭାରତର ଅଣ୍ଡର -୧୯ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି। ଚାରି ଦିବସୀୟ ସିରିଜରେ ମଧ୍ୟପ୍ରଦେଶର ସୋହମ୍ ପଟବର୍ଦ୍ଧନ୍ ଭାରତୀୟ ଦଳର ନେତୃତ୍ୱ ନେବେ।

ଅଷ୍ଟ୍ରେଲିଆ ଅଣ୍ଡର -19 ବିପକ୍ଷରେ ଏକଦିବସୀୟ ସିରିଜ ପାଇଁ ଭାରତ ଅଣ୍ଡର -୧୯ ଦଳ: ରୁଦ୍ର ପଟେଲ (ଉପ-ଅଧିନାୟକ), ସାହିଲ ପାରଖ, କାର୍ତ୍ତିକେୟ କେପି, ମହମ୍ମଦ ଅମାନ (କ୍ୟାପଟେନ), କିରଣ ଚୋରମଲେ, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ କିପର), ହରବଂଶ ସିଂ ପଙ୍ଗାଲିଆ (ୱିକେଟ୍ କିପର), ସମିତ ଦ୍ରାବିଡ, ୟୁଦ୍ଧାଜୀତ ଗୁହା, ସମର୍ଥ ଏନ, ନିଖିଲ କୁମାର, ଚେତନ ଶର୍ମା, ହାର୍ଦ୍ଦିକ ରାଜ, ରୋହିତ ରାଜୱତ ଏବଂ ମହମ୍ମଦ ଏନାନ।

ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିପକ୍ଷରେ ଚାରି ଦିବସୀୟ ସିରିଜ ପାଇଁ ଭାରତ ଅଣ୍ଡର -୧୯ ଦଳ: ବୈଭବ ସୂର୍ଯ୍ୟବଂଶୀ, ନିତ୍ୟା ପାଣ୍ଡ୍ୟା, ଭିହାନ ମାଲହୋତ୍ରା (ଉପ-ଅଧିନାୟକ), ସୋହମ ପଟବର୍ଦ୍ଧନ୍ (ଅଧିନାୟକ), କାର୍ତ୍ତିକେୟ କେ.ପି, ସମିତ ଦ୍ରାବିଡ଼, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ କିପର), ହରବଂଶ ସିଂ ପଙ୍ଗାଲିଆ (ୱିକେଟ୍ କିପର), ଚେତନ ଶର୍ମା, ସମର୍ଥ ଏନ, ଆଦିତ୍ୟ ରାୱତ, ନିଖିଲ କୁମାର, ଅନମୋଲଜିତ ସିଂ, ଆଦିତ୍ୟ ସିଂ ଏବଂ ମହମ୍ମଦ ଏନାନ।

Post Views: 31
Tags: BCCI announces Team India for Australia series
Share199Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In