• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୃଥିବୀ ଫେରିବା ପୂର୍ବରୁ ମହାକାଶରେ ପାର୍ଟି କଲେ ଶୁଭାଂଶୁ ଶୁକ୍ଲା ଏବଂ ସାଥି, ସାମ୍ନାକୁ ଆସିଲା ଫଟୋ

by Voice of Victims
July 11, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୃଥିବୀ ଫେରିବା ପୂର୍ବରୁ ମହାକାଶରେ ପାର୍ଟି କଲେ ଶୁଭାଂଶୁ ଶୁକ୍ଲା ଏବଂ ସାଥି, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ଅର୍ନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରୁ ଆସନ୍ତା ୧୪ ତାରିଖରେ ଫେରିବେ । ପୃଥିବୀକୁ ଫେରିବା ପୂର୍ବରୁ ଅନ୍ୟ କ୍ରୁ ସଦସ୍ୟଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି । ଯାହାର ଫଟୋ ଭାଇରଲ ହେଉଛି । କିଭଳି ସମସ୍ତେ ଉଡ଼ି ଉଡ଼ି ପାର୍ଟି କରୁଛନ୍ତି । ଭାଇରଲ ହେଉଥିବା ଫଟୋରେ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଅନ୍ୟ ସାଥି ଗୁରୁତ୍ବାକର୍ଷଣରେ ଭାସି ଖୁସିରେ ଖାଉଥିବାର ନଜର ଆସିଛନ୍ତି । ଗତକାଲି ନାସା ଘୋଣୋ କରିଛି କି, ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ୩ ଜଣ କ୍ରୁ ସଦସ୍ୟ ୧୪ ଜୁଲାଇରେ ଫେରିବେ ।

ନାସା କର୍ମସିଆଲ କ୍ରୁ ପ୍ରୋଗ୍ରାମର ପ୍ରବନ୍ଧକ ଷ୍ଟିଭ ଷ୍ଟିଚ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ଆମେ ଷ୍ଟେସନ ପ୍ରୋଗାମ ଉପରେ କାମ କରୁଛୁ ଏବଂ ଆକ୍ସଓମ-୪ର ପ୍ରଗତି ଉପରେ ନଜର ରଖିଛୁ । ଆମେ ମିଶନକୁ ଅନଡକ୍ କରିବାକୁ ହେବ ଏବଂ ଅନଡକ୍ କରିବାର ବର୍ତ୍ତମାନ ଲକ୍ଷ୍ୟ ୧୪ ଜୁଲାଇ ରହିଛି । ଶୁଭାଂଶୁ ଶୁକ୍ଲା ମହାକାଶରେ ଜଣେ କୃଷକ ଭୂମିକା ନିର୍ବାହ କରିଛନ୍ତି । ସେ ମହାକାଶରେ ମୁଗ ଏବଂ ମେଥି ଚାଷ କରିଛନ୍ତି । ଏହାକୁ ସେ ଆଇଏସଏସର ଫ୍ରିଜରରେ ରଖିଛନ୍ତି ଏବଂ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଜୁନ୍ ୨୫ରେ ଆକ୍ସିଅମ୍ -୪ ମିଶନ। ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହେଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଛି ।   ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା । ୪୧ ବର୍ଷ ପରେ ୨ୟ ଭାରତୀୟ ଭାବେ ସେ ମହାକାଶକୁ ଯାଇଛନ୍ତି । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନରେ ଯାଇଛନ୍ତି ସମସ୍ତ ମହାକାଶଚାରୀ ।

Post Views: 50
Share199Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In