• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା ତଦନ୍ତ

by Voice of Victims
November 1, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା ତଦନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କୁଆଡ଼େ ଗଲେ ସାର୍ପସୁଟର କୁରୁପତି ଭୂୟାଁ ଓ ମାଷ୍ଟରମାଇଣ୍ଡ ଉମା ବିଶୋୟୀ । ଉଭୟଙ୍କୁ ଧରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ରାଜ୍ୟ ଓ ରାଜ୍ୟ ବାହରେ ତନାଘନା ତଦନ୍ତ ଜାରି ରଖିଛି । ଉଭୟଙ୍କ ଶେଷ ଲୋକସନ ଝାଡ଼ଖଣ୍ଡ ଥିଲା । ଏହାପରେ ସେମାନେ କୁଆଡ଼େ ଯାଇଛନ୍ତି, କେଉଁଠି ଆତ୍ମଗୋପନ କରିଛନ୍ତି ତାର ଟେର ପାଇନି ପୋଲିସ । ସେମାନଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ଟିମ ଗଠନ କରିଥିବା ବେଳେ ନୂଆ ଲିଙ୍କ ନୂଆ ତଥ୍ୟ ଜାଣିବା ପାଇଁ ପୋଲିସ ଦୁଇ କର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଡାକି ପଚରା ଉଚରା କରିଛି।

ପୀତବାସଙ୍କୁ ହତ୍ୟା ପାଇଁ ପ୍ଲାନ ଏ ଫେଲ ମାରିବା ପରେ ଉମା ବିଶୋୟୀ ଓ ଯୋଗୀ ଆରମ୍ଭ କରିଥିଲେ ପ୍ଲାନ୍ ବି। ଏହି ପ୍ଲାନରେ ଉମା ବିଷୋୟୀ ନିଜ ଗାଁ ବନ୍ଥପଲୀର ଦୁଇ ଯୁବକ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ହତ୍ୟା ପାଇଁ ଯୋଗାଡ଼ କରିଥିଲେ । ବେଙ୍ଗାଳୁରୁରେ ରହୁଥିବା ଚିଣ୍ଟୁ ଆସିଥିଲା ବ୍ରହ୍ମପୁର। ସେପ୍ଟେମ୍ବର ୨୯ରୁ ବ୍ରହ୍ମପୁର ଆସିଥିଲେ କୁରୁପତି ଓ ଚିଣ୍ଟୁ । ଏମାନେ ପୁଣି ରେକି କରିଥିଲେ । ଅକ୍ଟୋବର ୬ ତାରିଖ ଦିନ ଯୋଗେନ୍ଦ୍ର, ଚିଣ୍ଟୁ ଓ କୁରୁପତିଙ୍କୁ ନୂଆ ପୋଷାକ, ୨ଟି ପିସ୍ତଲ ଓ ଫେକ୍ ନମ୍ବର ପ୍ଲେଟ୍ ଥିବା ଗାଡ଼ି ଦେଇଥିଲେ । କୁରୁପତିକୁ ଗୁଳି ଚଳାଇବାକୁ ୫ ଲକ୍ଷ ଟଙ୍କା ଓ ଚିଣ୍ଟୁକୁ ଗାଡ଼ି ଚଳାଇବା ପାଇଁ ୩ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହୋଇଥିଲା । ଅକ୍ଟୋବର ୬ ରାତି ୧୦ଟା ୧ରେ ପୀତବାସଙ୍କ ଘର ନିକଟ ଛକରେ କୁରୁପତି ଦେଶୀ ବନ୍ଧୁକରେ ପୀତବାସଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ପୀତାବାସଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସମେତ ଏଯାଏ ୧୪ ଜଣ ଗିରଫ ହୋଇଛନ୍ତି ।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In