ଭଦ୍ରକ: ଆକ୍ସନ ମୋଡରେ ଭଦ୍ରକ ପୋଲିସ ପ୍ରଶାସନ । ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ସଦଭାବନା ଓ ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ପରି କୌଣସି ପୋଷ୍ଟ କିମ୍ବା ସେୟାର କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ଭଦ୍ରକ ଏସପି । ଆଗକୁ ଭଦ୍ରକରେ ରାମ ନବମୀ ମହୋତ୍ସବ ପାଳନ ହେବ । ମହା ଶିବରାତ୍ରି ଆସୁଛି । ଏହା ପୂର୍ବରୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ସଦଭାବନାକୁ କ୍ଷତି ପହଞ୍ଚାଇବା ଭଳି କୌଣସି ପୋଷ୍ଟ କିମ୍ବା ସେୟାର ନ କରିବାକୁ ଏସପି ଅପିଲ କରିଛନ୍ତି ।
ଏପରି କାର୍ଯ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା 353(2)ଓ 299 ଅନୁଯାୟୀ ଦଣ୍ଡନୀୟ ଅପରାଧ । ଯଦି କେହି ଏଭଳି ଅପରାଧ ସଂପର୍କରେ ଅଭିଯୋଗ କରିବାକୁ ଚାହାନ୍ତି ଉକ୍ତ ପୋଷ୍ଟର ସ୍କ୍ରିନସଟ ସହ ଭଦ୍ରକ ସାଇବର ସେଲରେ ଅଭିଯୋଗ କରିପାରିବେ । ଏନେଇ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯିବ । ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଏସପି କହିଛନ୍ତି ।
