• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି

by Voice of Victims
November 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ଆଜି ଭୁବନେଶ୍ବରକୁ ତିନିଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୁବନେଶ୍ବରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ଯୋଗଦେବେ। ଆଜି ଅପରାହ୍ନରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ହୋଇଥିବା ଏକ ମଞ୍ଚରେ ନିଜର ଅଭିଭାଷଣ ରଖିଥିଲେ। ଏହି ମଞ୍ଚରେ ମୋଦି ପ୍ରଥମେ ଓଡିଆରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମେ ଜୟଜଗନ୍ନାଥ ବୋଲି କହିଥିଲେ। ଏହାପରେ ଓଡିଶାର ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର ଓଡିଆରେ କହି ଅଭିଭାଷଣ ଆରମ୍ଭ କରିଥିଲେ। ଆଜି ପ୍ରଭୃ ଲିଙ୍ଗରାଜଙ୍କ ଧାମକୁ ଆସି ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଓଡିଶା ପର୍ବରେ ଯୋଗ ଦେଇଥିବା କଥା କହିଥିଲେ। ସେଠାରେ ସେ ମସଲା ଚାହା ପିଇ ବେଶ ସନ୍ତୁଷ୍ଠ ହୋଇଥିଲେ ବୋଲି କହିଥିଲେ। ସେହି ଉତ୍ସବରେ ସେ ଓଡିଶାର ପରଂପରା ଏବଂ ସଂସ୍କୃତିକୁ ଉଦଜିବିତ କରିଥିଲା ବୋଲି କହିଥିଲେ। ସେହିପରି ନିକଟରେ କଟକ ବାଲିଯାତ୍ରା ଉପରେ ମଧ୍ୟ ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ତେବେ ସେହି ମଞ୍ଚରେ ପ୍ରଧାନମନ୍ତ୍ରୀ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ସର୍ବଭାରତୀୟ ଡିଜିପି ସମ୍ମିଳନୀ କାହିଁ କେଉଁ କାଳରୁ ଆୟୋଜିତ ହୋଇ ଆସୁଛି। ହେଲେ କେବେ ଓଡିଶାରେ ଏହା କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ କରାଯାଉଛି। ସବୁ ରାଜ୍ୟର ଡିଜିପିମାନେ ଜଗନ୍ନାଥଙ୍କ ଆର୍ଶିବାଦ ନେଇ ଯିବେ ବୋଲି ସେ କହିଥିଲେ। ତେବେ ରାଜନୈତିକ ପୃଷ୍ଠଭୂମି ନେଇ ମୋଦି କହିଥିଲେ ଯେ, ଓଡିଶାରେ ଆମେ ପୂର୍ବ ସରକାରକୁ ସମର୍ଥନ କରିଥିଲୁ। ଏହାକୁ ନେଇ ଦଳ ଭିତରେ ମତଭେଦ ରହୁଥିଲା। ହେଲେ ତାହାକୁ ଆମେ ଖାତିର ନ କରି ଓଡିଶାର ବିକାଶ କାର୍ଯ୍ୟରେ ସମସ୍ତ ସହଯୋଗ ଦେଇଥିଲୁ। ସେମାନେ ଆମ ଯୋଜନାର ନାମ ପରିବର୍ତ୍ତନ କରି ନିଜ ନାମରେ ପ୍ରଚାର କରୁଥିଲେ। ତଥାପି ଆମେ ଲୋକଙ୍କ ବିକାଶ କରୁଥିଲୁ। ଆଉ ସେହି ଲୋକଙ୍କ ଆର୍ଶିବାଦରେ ଆଜି ଓଡିଶାରେ ବିଜେପି ସରକାର ଗଠନ କରିପାରିଛି। ପ୍ରଧାନମନ୍ତ୍ରୀ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବେଶ ପ୍ରଶାଂସା କରିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଗାଁର ଲୋକେ ଅନୁଭବ କଲେଣି ଯେ, ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସିଛନ୍ତି। ପୂର୍ବରୁ ଏହା କେବେ ହେଉ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଓଡିଶା ସରକାରଙ୍କ ଧାନ ସହାୟକ ମୂଲ୍ୟ, ସୁଭଦ୍ରା ଯୋଜନା ପ୍ରଭୃତିକୁ ବେଶ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଶାର ପ୍ରଥମ ଥର ପାଇଁ ଡିଜି ସମ୍ମିଳନୀ ଆୟୋଜନ ହେଲା, ଏହାପରେେ ପୁରୀରେ ଡିସେମ୍ବର ଚାରି ତାରିଖରେ ନୈସେନା ଦିବସ ହେବ, ସେହିପରି ଜାନୁୟାରୀରେ ଭୁବନେଶ୍ବରରେ ହେବ ପ୍ରବାସୀ ଓଡିଶା ଦିବସ। ଏହାଦ୍ବାରା ଓଡିଶାର ନାମ ବିଶ୍ବ ସ୍ତରରେ ବେଶ ପ୍ରଚାର ପ୍ରସାର ହେବ। ଓଡିଶାର ଗୌରବ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବନୀ ବୈଷ୍ଣବ, ସାଂସଦ ବୈଜୟନ୍ତ ପଣ୍ଡା, ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗଦେଇଥିଲେ। ଏହାପରେ ମୋଦି ଭୁବନେଶ୍ବରରେ ବିଭିନ୍ନ ସ୍ଥାନ ବୁଲି କାର ଭିତରେ ଲୋକଙ୍କ ଅଭିବାଦନ ଗ୍ରହଣ କରି ରାଜଭବନରେ ପହଞ୍ଚିଛନ୍ତି।

Post Views: 43
Share199Tweet125Send
Voice of Victims

Voice of Victims

Recent Posts

  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ
  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In