• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତ ପାଇଁ ବଡ଼ ଝଟକା, ଇରାନର ଚାବାହାର ପୋର୍ଟ ପାଇଁ ନିଷେଧାଜ୍ଞା ଛାଡ଼କୁ ବାତିଲ କଲା ଆମେରିକା

by Voice of Victims
September 19, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭାରତ ପାଇଁ ବଡ଼ ଝଟକା, ଇରାନର ଚାବାହାର ପୋର୍ଟ ପାଇଁ ନିଷେଧାଜ୍ଞା ଛାଡ଼କୁ ବାତିଲ କଲା ଆମେରିକା

ଇରାନ: ଇରାନର ଚାବାହାର ପୋର୍ଟକୁ ଫେରିଲା କଟକଣା । ପୋର୍ଟ ପାଇଁ ନିଷେଧାଜ୍ଞା ଛାଡ଼କୁ ବାତିଲ କଲା ଆମେରିକା । ଏହା ଭାରତ ପାଇଁ ବଡ଼ ଝଟକା । ଏହି ପୋର୍ଟର ବିକାଶ କାର୍ଯ୍ୟରେ ନିୟୋଜିତ ଅଛି ଭାରତ । ୨୦୧୮ରୁ ଏହି ପୋର୍ଟ ଉପରୁ କଟକଣାକୁ କୋହଳ କରିଥିଲା ଆମେରିକା । ଏବେ ତାହାକୁ ବାତିଲ କରିଛି । କଟକଣା ଆସନ୍ତା ୨୯ ତାରିଖରୁ ଲାଗୁ ହେବ । ଆମେରିକା ତରଫରୁ କୁହାଯାଇଛି, ଯିଏ ବି ପୋର୍ଟ ପରିଚାଳନା କରୁଛି କିମ୍ବା ପୋର୍ଟ ସହିତ ଜଡିତ ସେମାନେ କଟକଣାର ସମ୍ମୁଖୀନ ହେବେ । ତେଣୁ ଆମେରିକାର ଏହି ପଦକ୍ଷେପ ଦ୍ବାରା ଭାରତ ବିଶେଷ ପ୍ରଭାବିତ ହେବ ।

ଭାରତର ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ୍ (IPGL) ଚଳିତ ବର୍ଷ ମେ ମାସରେ ଏହି ପୋର୍ଟ ପରିଚାଳନା ପାଇଁ ୧୦ ବର୍ଷର ଚୁକ୍ତି କରିଥିଲା । ଯେଉଁଥିରେ ୨୫୦ ମିଲିଅନ୍ ଡଲାର ନିବେଶ କରିବ ଭାରତ । ଆମେରିକାର ପଦକ୍ଷେପରେ ଭାରତର IPGL କମ୍ପାନୀର ସମ୍ପତ୍ତି ଫ୍ରିଜ୍ ହେବା ଆଶଙ୍କା ରହିଛି । ଏହାସହ ପୋର୍ଟ ସହ ଜଡିତ କମ୍ପାନୀଗୁଡିକ ବ୍ୟାଙ୍କ କଟକଣାର ସମ୍ମୁଖୀନ ହୋଇ ପାରନ୍ତି । ଯାହା ଦ୍ୱାରା ପ୍ରକଳ୍ପର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଚାବାହାର ପୋର୍ଟ ଉପରେ କଟକଣା ଫଳରେ ପାକିସ୍ତାନର ଗ୍ବାଦାର ପୋର୍ଟ ଓ ଚୀନ୍ ର Belt and Road Initiativeକୁ ଅଧିକ ଫାଇଦା ମିଳିପାରେ । ଗଲଫ ଅଫ ଓମାନରେ ଥିବା ଇରାନ ଚାହାବାହର ପୋର୍ଟ ଭାରତ ପାଇଁ ଏକ ମହତ୍ବାକାଂକ୍ଷୀ ପ୍ରକଳ୍ପ । ଏହି ପୋର୍ଟ ରଣନୈତିକ ଦୃଷ୍ଟିରୁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ଭାରତ-ଇରାନ-ଆଫଗାନିସ୍ତାନକୁ ଯୋଡୁଥିବା ଚାବାହାର ପୋର୍ଟ, ମଧ୍ୟ-ଏସିଆରେ ବ୍ୟାପର ପାଇଁ ଭାରତକୁ ସାହାଯ୍ୟ କରୁଛି ।

ଏହାସହ ମାନବୀୟ ସହାୟତା ପଠାଇବା ପାଇଁ ଭାରତ ଏହି ପୋର୍ଟକୁ ବ୍ୟବହାର କରୁଛି । ତେଣୁ ଆମେରିକାର କଟକଣା ଭାରତ ପାଇଁ ଝଟକା । ବର୍ତ୍ତମାନ ଭାରତ ମାନବୀୟ ସହାୟତା ଉଦାହରଣ ଦେଇ କଟକଣା କୋହଳ ପାଇଁ ଆମେରିକାକୁ କହିପାରେ କିମ୍ବା ବିକଳ୍ପ ପରିବହନ ପଥ ଖୋଜିବ ଭାରତ । କିନ୍ତୁ ଆମେରିକାର ଏହି କଟକଣା ଭାରତ-ଆମେରିକା ସମ୍ପର୍କକୁ ପୁଣି ଥରେ ଜଟିଳ କରିପାରେ । ବର୍ତ୍ତମାନ ସୁଦ୍ଧା ଭାରତ ତରଫରୁ କୌଣସି ପ୍ରତିକ୍ରିୟା ଆସି ନାହିଁ ।

Post Views: 58
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In