• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜ୍ୟୋତିଙ୍କୁ ନେଇ ବଡ଼ ଖୁଲାସା, ୬ଜଣ ବନ୍ଧୁକଧାରୀ ତାଙ୍କୁ ଦେଉଥିଲେ ସିକ୍ୟୁରିଟି

by Voice of Victims
May 26, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଜ୍ୟୋତିଙ୍କୁ ନେଇ ବଡ଼ ଖୁଲାସା, ୬ଜଣ ବନ୍ଧୁକଧାରୀ ତାଙ୍କୁ ଦେଉଥିଲେ ସିକ୍ୟୁରିଟି

ନୂଆଦିଲ୍ଲୀ: ଆଜି ସରୁଛି ଗୁପ୍ତଚର ବୃତ୍ତିରେ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ।  ତେବେ ଏହା ମଧ୍ୟରେ ସାମନାକୁ ଆସୁଛି ଜ୍ୟୋତିଙ୍କୁ ନେଇ ବଡ଼ ଖୁଲାସା ।  ପାକିସ୍ତାନ ଗସ୍ତବେଳେ ଜ୍ୟୋତିଙ୍କୁ ମିଳୁଥିଲା ହାଇ ସିକ୍ୟୁରିଟି ।  ଏକେ ୪୭ ଧରିଥିବା ୬ଜଣ ବନ୍ଧୁକଧାରୀ ତାଙ୍କୁ ସିକ୍ୟୁରିଟି ଦେଉଥିଲେ। ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ସ୍କଟଲାଣ୍ଡର ଜଣେ ୟୁଟ୍ୟୁବର।  ସ୍କଟଲାଣ୍ଡର ୟୁଟ୍ୟୁବର କାଲମ ମିଲ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ କରିଥିଲେ।  ଲାହୋରର ଅନାରକଲି ବଜାରରେ ବୁଲି ଭିଡିଓ ସୁଟ କରିଥିଲେ।  ସେଠାରେ ବହୁ ବନ୍ଧୁକଧାରୀ ଜାକେଟ ପିନ୍ଧିଥିବା ବେଳେ ସେଥିରେ ନୋ ଫିୟର ଲେଖାଥିଲା ।

ଭିଡିଓରେ ଜ୍ୟୋତି ମାଲହୋତ୍ରାଙ୍କୁ ଦେଖିବା ପରେ କାଲମ ମିଲ ତାଙ୍କ ନିକଟକୁ ଯାଇ ନିଜର ପରିଚୟ ଦେଇଥିଲେ।  ଜ୍ୟୋତି ତାଙ୍କୁ ପ୍ରଥମ ପାକିସ୍ତାନ ଗସ୍ତ ବୋଲି ପଚାରିଥିଲେ। ଉତ୍ତରରେ ଏହା ତାଙ୍କର ପଞ୍ଚମ ପାକିସ୍ତାନ ଗସ୍ତ ବୋଲି କହିଥିଲେ କାଲମ ମିଲ। ପାକିସ୍ତାନର ଆତିଥେୟତା ନେଇ ସ୍କଟଲାଣ୍ଡ ୟୁଟ୍ୟୁବରଙ୍କ ପ୍ରଶ୍ନରେ ଚମତ୍କାର ବୋଲି କହିଥିଲେ ଜ୍ୟୋତି। ତେବେ ଏହି ସମୟରେ ଜ୍ୟୋତିଙ୍କ ଚାରିପାଖରେ ୬ଜଣ ବନ୍ଧୁକ ଧାରୀ ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିଥିଲେ କାଲମ ।  ଏହା ତାଙ୍କୁ ଚକିତ କରିଥିଲା ବୋଲି କହିଛନ୍ତି ସ୍କଟଲାଣ୍ଡ ୟୁଟ୍ୟୁବର।

ଜଣେ ୟୁଟ୍ୟୁବରଙ୍କୁ ବନ୍ଧୁକଧାରୀଙ୍କ ସୁରକ୍ଷା କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି। ସେମାନେ ସାଧା ପୋଷାକରେ ସୁରକ୍ଷାକର୍ମୀ ହୋଇଥାଇପାରନ୍ତି ବୋଲି ସେ କହିଛନ୍ତି। ସେପଟେ ଜ୍ୟୋତିଙ୍କ ସମର୍ଥନରେ ବାହାରିଛନ୍ତି ପାକିସ୍ତାନର ଜଣେ ସମ୍ବାଦିକା । ଜ୍ୟୋତିଙ୍କୁ ନୀରିହ ବୋଲି କହିଛନ୍ତି ହୀରା ବତୁଲ ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In