• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ବଡ଼ ଖୁଲାସା : ସାମ୍ନାକୁ ଆସିଲା ଦୁଇ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା

by Voice of Victims
July 12, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମିଳିଲା ଦ୍ବିତୀୟ ବ୍ଲାକବକ୍ସ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି  ।  ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି  ।  ଯେଉଁଥିରେ ଜଣାପଡ଼ିଛି ଯେ, କିଛି ସେକେଣ୍ଡ ଟେକ ଅଫ କରିବା ପରେ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା ।    ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇଗଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି  ।  ରିପୋର୍ଟ ଅନୁସାରେ ଉଡାଣ ସମୟରେ ବିମାନ ଟି ୧୮୦ର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା  ।    

ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ କଟ୍ ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍-ଅଫ୍’ ସ୍ଥିତିକୁ ଚାଲି ଯାଇଥିଲା , ତାହା ପୁଣି ୧ ସେକେଣ୍ଡ ବ୍ୟବଧାନରେ । ଯାହା ଇଞ୍ଜିନକୁ ଇନ୍ଧନ ଭରିବା ବନ୍ଦ କରିଦେଇଥିଲା ଏବଂ ଉଭୟ ଇଞ୍ଜିନର ଏନ୍-୧ ଓ ଏନ୍-୨ ରୋଟେସନ୍ ଗତି ଦ୍ରୁତ ଗତିରେ ହ୍ରାସ ପାଇଥିଲା । ତେବେ ଇଞ୍ଜିନ୍-୧ କିଛି ମାତ୍ରାରେ ରିକୋଭରି  କରିଥିଲା ।  କିନ୍ତୁ ଇଞ୍ଜିନ୍-୨ ସମ୍ପୂର୍ଣ୍ଣ ଭାବେ ଗତି ହାସଲ କରିପାରିନଥିଲା । ଏହାରି ଭିତରେ  ଅକ୍ସିଲାରୀ  ପାୱାର ୟୁନିଟ୍ ବା ଏପିୟୁ ମଧ୍ୟ ଅଟୋଷ୍ଟାର୍ଟ ମୋଡରେ ସକ୍ରିୟ ହୋଇଥିଲା  ।  

Post Views: 70
Share201Tweet126Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In