• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡିରେ ବଡ଼ ହଲଚଲ : ନବୀନ ନିବାସରେ ପହଞ୍ଚିଲେ ଦୁଇ ବରିଷ୍ଠ ନେତା

by Voice of Victims
April 8, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଜେଡିର ପରାଜିତ ପ୍ରାର୍ଥୀଙ୍କୁ ନେଇ ବୈଠକ କଲେ ନବୀନ

ଭୁବନେଶ୍ୱର: ବିଜେଡିରେ ବଡ଼ ହଲଚଲ । ନବୀନ ନିବାସ ପହଞ୍ଚୁଛନ୍ତି ବଡ଼ ନେତା । ଦଳରେ ବିବାଦ ଭିତରେ ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । କଳିକେଶ ସିଂଦେଓ ମଧ୍ୟ କିଛି ସମୟ ତଳେ ନବୀନଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ନେତା । ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ । ଗତକାଲି ଏନେଇ ମୁନ୍ନା ଖାଁ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ । 

 ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍‌ ଦେବା ଏବଂ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼ । ଭୋଟ ଦାନରୁ ନିବୃତ୍ତ ରହିବା ପଛରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଦେବାଶିଷ । ଏବେ ବି ଦଳରେ ପାଣ୍ଡିଆନଙ୍କ ନିଷ୍ପତି ଚାଲୁଛି ବୋଲି ପରୋକ୍ଷରେ ଆକ୍ଷେପ କରିଥିଲେ ସାଂସଦ ଦେବାଶିଷ ସାମନ୍ତ ରାୟ । ଦେବାଶିଷଙ୍କ ସହ ସ୍ବର ମିଶାଇ ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ପାଣ୍ଡିଆନଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି । ସେପଟେ କଟକ ମେୟର ସୁବାଷ ସିଂ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ସହ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ତ୍ରିପାଠୀଙ୍କ ସହ ବାକ୍ ଯୁଦ୍ଧକୁ ଓହ୍ଲାଇଥିଲେ । ପାଣ୍ଡିଆନଙ୍କୁ ନେଇ ଏବେ ବିଜେଡି ଫାଳ ଫାଳ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

Post Views: 70
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In