• About Us
  • Contact Us
Wednesday, February 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି କ୍ୟାସ୍

by Voice of Victims
February 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି କ୍ୟାସ୍

କଟକ : ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ । କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼ । ଭୁବନେଶ୍ୱର ପଟିଆସ୍ଥିତ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏବେ ସୁଦ୍ଧା ସବୁଠାରୁ ବଡ଼ ନଗଦ ଟଙ୍କା ଜବତ ବୋଲି କୁହାଯାଉଛି । ଟ୍ରଲି ବ୍ୟାଗ୍ ଏବଂ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି । ତାଙ୍କ ଅଫିସ୍ ଡ୍ରୟରରୁ ମଧ୍ୟ ୧କୋଟି ୨୦ ଲକ୍ଷ ଟଙ୍କା ମିଳିଛି । ଟଙ୍କା ଗଣତି ଏବେ ମଧ୍ୟ ଜାରି ରହିଛି ।

ଭୁବନେଶ୍ୱର ପାହଳଠାରେ ଏକ ଦୁଇ ମହଲା କୋଠା ଏବଂ ପ୍ରାୟ ୧୩୦ ଗ୍ରାମର ସୁନା ଗହଣା ଠାବ ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ଫ୍ଲାଟ୍, ଭଦ୍ରକର ପୈତୃକ ଘର ଏବଂ କଟକ ଅଫିସରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଜଣେ ବ୍ୟବସାୟୀଙ୍କୁ କୋଇଲା ଡିପୋରୁ ସୁରୁଖୁରୁରେ କୋଇଲା ପରିବହନ ପାଇଁ ଅନୁମତି ଦେବା ବଦଳରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।

Post Views: 19
Share199Tweet125Send
Voice of Victims

Voice of Victims

Recent Posts

  • ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ
  • କାଳବୈଶାଖୀ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସରଙ୍କ ଘରୁ ମିଳିଲା ୪ କୋଟି କ୍ୟାସ୍
  • ଶାରୀରିକ ସମ୍ପର୍କ ପରେ କୁଣ୍ଡଳୀ ମେଳକ ବାହାନା କରି ବିବାହ ମନା କରିବା ଅପରାଧ: ଦିଲ୍ଲୀ ହାଇକୋର୍ଟ
  • ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In