• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ

by Voice of Victims
December 26, 2023
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ

-ପ୍ରତିଷ୍ଠା ଦିବସ ପାଳିଲା ରଣପୁର ବିଜେଡି
-ଗଣଦୌଡ଼, ନଗର ପରିକ୍ରମା ସହ ବିଶାଳ ସଭା କାର୍ଯ୍ୟକ୍ରମ
ରଣପୁର(ଭିଓଭି) : ମଙ୍ଗଳବାର ସାରା ରାଜ୍ୟରେ ବିଜୁ ଜନତା ଦଳ ୨୭ତମ ପ୍ରତିଷ୍ଠା ଦିବସ ପାଳିଥିଲା। ଏହି ଅବସରରେ ରଣପୁର ବିଜୁ ଜନତା ଦଳ ମଧ୍ୟ ଧୁମ ଧାମ ସହ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ୧୯୯୭ରେ ଜନ୍ମ ନେଇଥିବା ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ୨୬ଟି ବର୍ଷ ପାଳନ କରି ସାରିଥିବା ବେଳେ ମଙ୍ଗଳବାର ଦିନ ୨୭ ବର୍ଷରେ ପାଦ ଥାପି ପ୍ରତିଷ୍ଠା ଦିବସ ପାଳନ କରିଥିଲା।ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ଆରମ୍ଭ କରିଛି ୨୦୨୪ ନିର୍ବାଚନ ଯାତ୍ରା। ତୃଣମୂଳ ଲୋକଙ୍କ ପାଖରେ ପହଂଚି ଘରେ ଘରେ ବିଜେଡି କର୍ମୀ ପହଞ୍ଚାଇବେ ନବୀନଙ୍କ ବିକାଶ ବାର୍ତ୍ତା | ଜାନୁଆରୀ ୨୩ ରୁ ମାର୍ଚ୍ଚ ୫ ତାରିଖ ଯାଏଁ ପ୍ରତି ଘରକୁ ଯିବେ ବିଜେଡି କର୍ମୀ | ଜନ ସମ୍ପର୍କ ଯୋଡ଼ିବେ, ଦଳର ପ୍ରଚାର କରିବେ।

ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଗଣଦୌଡ଼, ନଗର ପରିକ୍ରମା ସହ ବିଶାଳ ସଭା ଆୟୋଜିତ ହୋଇଥିଲା | ପ୍ରଥମେ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା | ଏହା ପରେ ମଣିନାଗ ପର୍ଯ୍ୟନ୍ତ ଏକ ପଦଯାତ୍ରା କରା ଯାଇଥିଲା | ଏହା ପରେ ମଣିନାଗ ପୀଠ ଠାରେ ଏକ ବିଶାଳ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ପ୍ରାୟ ୫ ହଜାର ଲୋକ ଯୋଗ ଦେଇଥିଲେ | ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅଭିଭାଷଣ ଦେଇ କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ମନ୍ତ୍ର ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, କିଶୋର ପଟ୍ଟନାୟକ, ନାରାୟଣ ମହାପାତ୍ର, ବିଜୟକେତନ ସାହୁ, ରଞ୍ଜନ ଦାଶ, ଲିଟୁ ସ୍ୱାଇଁ, ଦିନେଶ ପରିଡା, କମଳାକ୍ଷୀ ଦେଵିଦର୍ଶିନୀଙ୍କ ସହ ସମସ୍ତ ବିଜେଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

Post Views: 47
Share201Tweet126Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In