ରଣପୁର ୨୬/୧୨: ରଣପୁର ମା ମଣିନାଗଙ୍କ ମନ୍ଦିର ନିକଟରେ ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଵିଜେଡ଼ି ବ୍ଲକ ସଭାପତି ସଚିକାନ୍ତ ସଡ଼ଙ୍ଗୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଗିରିଜାକାନ୍ତ ମହାପାତ୍ର, କିଶୋର ପଟ୍ଟନାୟକ, ପାଣ୍ଡଵ ସେଠୀ,ସଂଯୁକ୍ତା ପଢିଆରି,ଭାଗବତ ସେଠୀ,ନଗର ସଭାପତି ଲିଙ୍ଗରାଜ ନାୟକ, ଯୁବ ସଂଗଠକ ତ୍ରିନାଥ ବିଶ୍ୱାଳ, ପ୍ରଫୁଲ୍ଲ ନାୟକ, ଆଲୋକ ଜେନାଙ୍କ ସହ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଓ ଶତାଧିକ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l
ପ୍ରଥମେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ମଞ୍ଚରେ ପ୍ରଭୁଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ସମସ୍ତ କର୍ମୀ ମାନେ ବିଜୁବାବୁଙ୍କ ସ୍ମୃତି ଚାରଣ କରିବା ସହ ନବୀନ ବାବୁଙ୍କ ନେତୃତ୍ୱରେ ଦଳକୁ ସଂଗଠିତ କରିବା ପାଇଁ ସଂକଳ୍ପ ନେଇଥିଲେ l ରଣପୁର ନିର୍ବାଚନ ମଣ୍ଡଳୀରେ ଦଳ ପରାଜିତ ହେବା ପରଠାରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଶିଥିଳ ହୋଇ ପଡ଼ିଥିବା ବେଳେ ଦଳୀୟ କର୍ମୀ ମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଦଳମଧ୍ୟରେ ଥିବା ଆନ୍ତର୍ଦ୍ୱନ୍ଦ ଓ ମତପାର୍ଥକ୍ୟ ଠାରୁ ଦୁରେଇ ରହି ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ଆଗାମି ଦିନରେ କିଭଳି ସଂଗଠିତ ହୋଇ ବିଭିର୍ଣ୍ଣ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇ କାର୍ଯ୍ୟକରିବା ସେସମ୍ପର୍କରେ ଦଳୀୟ ନେତୃତ୍ୱ ଓ ବରିଷ୍ଠ କର୍ମୀ ମାନେ ବକ୍ତବ୍ୟ ରଖିଥିଲେ l
