• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ରେକର୍ଡ ହେବ ଇନ-ଆଉଟ ସମୟ

by Voice of Victims
June 13, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ରେକର୍ଡ ହେବ ଇନ-ଆଉଟ ସମୟ

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ସବୁ ବିଭାଗ ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ । ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସବୁ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏସଂକ୍ରାନ୍ତ ଡାଟାକୁ ଏନଆଇସି ଦ୍ବାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ପୋର୍ଟାଲକୁ ଲିଙ୍କ କରିବାକୁ କୁହାଯାଇଛି । ସବୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବା ଓ ଅଫିସ ଛାଡ଼ିବା ବେଳେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଉପସ୍ଥାନ ଦେବେ । ଅଫିସ ଛାଡ଼ିବା ସମୟ ରେକର୍ଡିଂ ହୋଇନଥିଲେ ଏହାକୁ ସଂପୃକ୍ତ କର୍ମଚାରୀଙ୍କ ସେହିଦିନ ଅନୁପସ୍ଥିତ ବୋଲି ଧରାଯିବ । କର୍ମଚାରୀମାନେ ଅଫିସରେ ଅନ୍ୟୁନ ସାଢ଼େ ସାତ ଘଣ୍ଟା ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଗୋଟିଏ ମାସରେ ତିନି ଦିନ ସର୍ବାଧିକ ୩୦ ମିନଟ ବିଳମ୍ବକୁ ଛାଡ଼ କରାଯାଇପାରିବ । ତେବେ ଏହାଠାରୁ ଅଧିକ ଦିନ କିମ୍ବା ବିଳମ୍ବରେ ଉପସ୍ଥାନ ପାଇଁ କର୍ମଚାରୀଙ୍କ ସିଏଲ କଟିବ ।

ତେବେ ରାଜ୍ୟପାଳଙ୍କ ସଚିବାଳୟ , ମୁଖ୍ୟମନ୍ତ୍ରୀଙ୍କ ଅଫିସ ଓ ମନ୍ତ୍ରୀମାନଙ୍କ ଅଫିସରେ ନିୟୋଜିତ କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା ଓ ସବୁ ସରକାରୀ କର୍ମଚାରୀଙ୍କ ଆଟେଣ୍ଡାନସ ତଥ୍ୟ ପାଇଁ ଆରଏଫଆଇଡି ଭିତ୍ତିକ ପରିଚୟପତ୍ର ଲାଗୁ ପାଇଁ ସରକାର ବିଚାର କରୁଛନ୍ତି । ଲୋକସେବା ଭବନ ଓ ଖାରବେଳ ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପାଇଲଟ ପ୍ରକଳ୍ପ ଭାବରେ ଏହାକୁ ଲାଗୁର ଯୋଜନା ରହିଛି ।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢାଇଲା ଏୟାର ଇଣ୍ଡିଆ
  • ଖୁବଶୀଘ୍ର ଝାରସୁଗୁଡ଼ାରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା , ସିଧାସଳଖ ଦେଶବିଦେଶକୁ ପଠାଯିବ ସାମଗ୍ରୀ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର
  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In