• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡି ନେତା

by Voice of Victims
December 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡି ନେତା

Oplus_131072

ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ବର ଉପକଣ୍ଠରେ ଏକାଠି ହୋଇଛନ୍ତି ବହୁ ବିଜେଡି ନେତା । ଆଜି ଚନ୍ଦକାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଜୁ ଜନତା ଦଳ (ବିଜେଡି)ର ୪୦ ରୁ ୫୦ ଜଣ ନେତା ଏକତ୍ରିତ ହୋଇଥିଲେ। ଏହି ଭୋଜିରେ ବରିଷ୍ଠ ଏବଂ ଉଦୀୟମାନ ଦଳର ନେତାମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ରଣନୈତିକ ଯୋଜନା ଉପରେ ଆଲୋକପାତ କରାଯାଇଛି, ଯାହା ଏହି ଅଞ୍ଚଳରେ ଦଳର ଉପସ୍ଥିତିକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।

ଭୋଜିରେ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ସାହୁ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ଲତିକା ପ୍ରଧାନ, ପ୍ରଭୁ ଜାନୀ, ସଞ୍ଜୟ ଦାସବର୍ମା ଓ ମହିଧର ରଣା ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହି ସମୟରେ ଯୁବ ନେତୃତ୍ବଙ୍କୁ ନେଇ ନୂଆ ସମୀକରଣ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଭୁ ଜାନୀ । ଆଲୋଚନା ଦ୍ବାରା ସଂଗଠନ ଆହୁରି ସୁଦୃଢ଼ ହେବ କହିଲେ ମହିଧର ରଣା । ଏହା ସହ ରାଜେନ୍ଦ୍ର ସାହୁ କହିଛନ୍ତି କୌଣସି ନକରାତ୍ମକ ଚର୍ଚ୍ଚା ନ କରିବାକୁ ଆଲୋଚନା ନ କରିବାକୁ କହିଥିଲୁ । ମିଳନ ପାଇଁ ଏକାଠି ହୋଇଛୁ, ଏହା କୌଣସି ନକରାତ୍ମକ କଥା ନୁହେଁ । ଲପୂର୍ବରୁ ବି ୮/୧୦ ଥର ଭୋଜି କରିଛୁ, ଏଥର ବି ନୂଆବର୍ଷ ପୂର୍ବରୁ ଭୋଜି କଲୁ ।

ସେହିପରି ସମ୍ବିତ ରାଉତରାୟ କହିଛନ୍ତି ରାଜନୀତି ଆଲୋଚନା ହୋଇନାହିଁ । ସାହୁକାର ଠିଆ ହେଲେ ବେପାର କଥା ଆଲୋଚନା ହେବ, ସେହିପରି ରାଜନେତା ଏକାଠି ହେଲେ ରାଜନୀତି କଥା ଆଲୋଚନା ହେବ, ଏଥିରେ ବ୍ୟତିକ୍ରମ ନାହିଁ । କିନ୍ତୁ ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । ନେତୃତ୍ୱ ବିଷୟରେ କୌଣସି ଆଲୋଚନା ହୋଇ ନାହିଁ ବୋଲି । ସେହିପରି ନୂଆ ଦଳ ଗଠନ ପ୍ରଶ୍ନ ସମ୍ବିତ କହିଥିଲେ ଯିଏ କରିବା କଥା କରନ୍ତୁ, ଆମର ନବୀନ ବାବୁ ଅଛନ୍ତି ।

Post Views: 70
Share202Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In