ଭୁବନେଶ୍ୱର : ଆସନ୍ତା ୨୩ରେ ବିଧାନସଭା ଘେରିବ ବିଜେଡି । ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗାଁ ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ଆନ୍ଦୋଳନରେ ସାମିଲ ହେବେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଘେରାଉ କରିବ ଦଳ ।

ଲୋକଙ୍କ ସେବାରେ ସରକାର ବିଫଳ ହୋଇଛନ୍ତି । ରାଜ୍ୟରେ କୌଣସି ସ୍ଥାନରେ ବିକାଶମୂଳକ କାମ ହେଉନି । ପଞ୍ଚାୟତ ସମିତି ଆଇନକୁ କ୍ଷୂର୍ଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । କର୍ମୀଙ୍କୁ ସୁହାଇଲା ଭଳି ସରକାର ଜାରି କରିଛନ୍ତି ସର୍କୁଲାର ।

କର୍ମୀମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ଅଭିଯୋଗ କରିଛି ବିଜେଡି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଧି ବ୍ୟବସ୍ଥାକୁ ହନନ କରୁଛନ୍ତି ରାଜ୍ୟ ସରକାର। ଏହାର ପ୍ରତିବାଦରେ ବିଧାନସଭା ଘେରିବାକୁ ବିଜେଡି ନିଷ୍ପତି ନେଇଛି।
