• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡିର ନୂଆପଡ଼ା ରଣନୀତି ବୈଠକ, ଖୁବଶୀଘ୍ର ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ

by Voice of Victims
October 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଜେଡି ସଙ୍ଗଠନରେ ବଡ଼ ପରିବର୍ତ୍ତନ ; ହଟିଲା ସଙ୍ଗଠନ ସମ୍ପାଦକ ପଦ, ଉପ-ସଭାପତି ହେଲେ ବବି ଦାସ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ? ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଗ୍ରୀନ ସିଗନାଲ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ସେ ବିଜେପିରେ ସାମିଲ ହେବା ପରେ ଏବେ କାହାକୁ ପ୍ରାର୍ଥୀ କରିବ ବିଜେଡି । ଏନେଇ ଦଳର ପ୍ଲାନ ବି ପ୍ରସ୍ତୁତ ରହିଛି । ଖୁବଶୀଘ୍ର ଏନେଇ ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଆଲୋଚନା ହୋଇଛି । ନୂଆପଡ଼ା ଉପନିର୍ବାଚନ ନେଇ ବୈଠକରେ ହୋଇଛି ମାନସ ମନ୍ଥନ । ଖୁବଶୀଘ୍ର ବିଜେଡି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରମିଳା ମଲ୍ଲିକ। ନୂଆପଡ଼ା ବ୍ୟାଟଲରେ ବିଜେଡି ବିଜୟୀ ହେବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ନବୀନ ଯାହାକୁ ବି ପ୍ରାର୍ଥୀ କରିବେ ସେ ନିର୍ବାଚନ ଜିତିବେ । ନବୀନଙ୍କ ଉପରେ ଲୋକଙ୍କ ଆଶା ଓ ବିଶ୍ବାସ ଅତୁଟ ରହିଥିବା କହିଛନ୍ତି ପ୍ରମିଳା । ନୂଆପଡ଼ା ନିର୍ବାଚନରେ କଣ ରହିବ ଦଳର ରଣନୀତି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ସେ କହିଛନ୍ତି । କଂଗ୍ରେସରୁ ଘାଷିରାମ ମାଝି ଟିକେଟ ପାଇଥିବା ବେଳେ ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ଏକପ୍ରକାରର ନିଶ୍ଚିତ ହୋଇସାରିଛି ।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In