• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭଦ୍ରକ ରୋଡ ସୋ ରେ ଯୋଗ ଦେଇ ପ୍ରଚାର କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

by Voice of Victims
May 28, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭଦ୍ରକ ରୋଡ ସୋ ରେ ଯୋଗ ଦେଇ ପ୍ରଚାର କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଗତକାଲି ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି। ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ। ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍‌ରେ ନିର୍ବାଚନ ସରିଯାଇଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ଆମେ ନମ୍ବର ପାଇ ସାରିଛୁ। ନିର୍ବାଚନ ଫଳ ବାହାରିଲେ ଆପଣମାନେ ଦେଖିବେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ BSKY କାର୍ଡ ପାଇବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା ହେବ। ଚତୁର୍ଥ ଦସ୍ତଖତରେ କଲେଜ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂଆ-ଓ ଛାତ୍ରବୃତ୍ତି ମିଳିବ। ପୁଅ ପାଇବେ ୧୨ ହଜାର, ଝିଅ ପାଇବେ ୧୪ ହଜାର ଟଙ୍କା। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଠିଆ ହୋଇ ରହିଛନ୍ତି, ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି ବୋଲି ସେ କହିଥିଲେ। ବିଜେପି ଦଳର ମିଛ ପ୍ରତିଶୃତିର ମୁଖା ଖୋଲି ଶ୍ରୀ ପାଣ୍ଡିଆନ କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୫ ପ୍ରତିଶତ ପିଲା ବି ଛାତ୍ରବୃତ୍ତି ପାଉନାହାନ୍ତି। ନବୀନ ବାବୁଙ୍କ ରାଜ୍ୟରେ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ। ସେ ପୁଣି କହିଲେ ଯେ BSKYରେ ଶତ ପ୍ରତିଶତ ପରିବାର ସାମିଲ ହେବେ। ଆୟୁଷ୍ମାନ ଯୋଜନାରେ କେବଳ BPL ପରିବାର ଏହି ସୁବିଧା ପାଇବେ, ଅନ୍ୟମାନେ ପାଇବେ ନାହିଁ। ମମତା ଯୋଜନାରେ ନବୀନ ବାବୁଙ୍କ ସରକାର ମା ମାନଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି, ଡବଲ ଇଞ୍ଜିନ ସରକାର ୬ ହଜାର ଟଙ୍କା ଦେଉଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଛନ୍ତି, ଆମେ ଦେଉଛୁ ୧ ହଜାର ଟଙ୍କା। ସେ ପୁଣି କହିଲେ ଯେ ଏବେ ନୂଆ ଘୋଷଣା କରିଛନ୍ତି ମା ମାନଙ୍କୁ ୫୦ ହଜାର ଟଙ୍କା ଦେବେ। ଲୋକଙ୍କୁ ମନେ ପକାଇ ସେ କହିଲେ ଯେ ୨୦୧୪ରେ କହିଥିଲେ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ଦେବେ, କୁଆଡେ ଗଲା? ଦରଦାମ କମିଲା କି? ସେମାନେ ଯାହା ବି କହୁଛନ୍ତି ସବୁ ମିଛ କଥା କହୁଛନ୍ତି। ନିର୍ବାଚନ ସମୟରେ ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଦେଖା ମିଳିବ ନାହିଁ। ଏହି ସଭାରେ ସେ ବିଶିଷ୍ଟ ଜନନେତା ସ୍ୱର୍ଗତ ନୀଳମଣି ରାଉତରାୟ ଓ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଲେ ଯେ ଏ ଦୁଇ ରାଜନେତା ଏବେ ବି ଆପଣମାନଙ୍କ ହୃଦୟରେ ଅଛନ୍ତି। ଆମ ସମସ୍ତଙ୍କ ସମ୍ମାନ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା ଦୃଷ୍ଟିରୁ ତାଙ୍କ ପୁଅଙ୍କୁ ରେକର୍ଡ ମାର୍ଜିନ୍‌ରେ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ। ଲୋକଙ୍କୁ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଚୂଡାମଣି ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର ପାଇଁ ୮୦ କୋଟି ଏବଂ ଐତିହାସିକ ସ୍ମୃତି ପୀଠ ଇରମର ବିକାଶ ପାଇଁ ୨.୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ତିହିଡିରେ ନୂଆ ଫାୟାର ଷ୍ଟେସନ ହୋଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଓ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Post Views: 31
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In