ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ଚର୍ଚ୍ଚା ଭିତରେ ଚର୍ଚ୍ଚାରେ ରହିଥିଲା ତାଙ୍କ ଦିଲ୍ଲୀ ଗସ୍ତ। ଦିଲ୍ଲୀରେ ମନମୋହନ ସାମଲ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି କଥା ହୋଇଥିଲା ।
ଏହାସହ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ । ଏହି ଗସ୍ତ ସମୟରେ ସେ ଦଳର ୧୮ ଜଣ ସାଂସଦଙ୍କ ସହ ବୈଠକ କରିଥିଲେ । କିନ୍ତୁ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଆଲୋଚନା ହୋଇନାହିଁ । ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ନେଇ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା । ଏହାସହ ଖୁବଶୀଘ୍ର ନୂଆ ସାଙ୍ଗଠନିକ କମିଟି ହେବ। ନୂଆ କମିଟିରେ କିଛି ନୂଆ ଚେହେରା ଆସିପାରନ୍ତି ବୋଲି କହିଛନ୍ତି ମନମୋହନ ।
