• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡିର ବିକ୍ଷୋଭ

by Voice of Victims
February 19, 2025
in ମୁଖ୍ୟ ଖବର, ରାଜ୍ୟ
ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଆରମ୍ଭରୁ ଗୃହ ଚଳାଇ ଦେଇନାହିଁ ବିଜେଡି । ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ ନିକଟକୁ ମାଡ଼ି ଆସିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ । ମହିଳାଙ୍କୁ ନ୍ୟାୟ ଦାବି ନେଇ ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ପୋଡିୟମ ନିକଟରେ ନାରାବାଜି କରିଛନ୍ତି । ଫଳରେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପ୍ରତିବାଦରେ ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଛି ବିଜେଡି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ମିଶନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି । କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ଆରମ୍ଭ କରିଥିଲେ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କଲେ । ସେତେବେଳେ ଅଙ୍ଗନଓ୍ବାଡି କର୍ମୀ ନିଜ କେନ୍ଦ୍ର ପରିସର ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ । ଗୋଟିଏ ସେକ୍ଟର ଅଞ୍ଚଳରେ ଯେତିକି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଥିଲା, ସେହି ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବସାଇ ତାଙ୍କ ବୈଠକରେ ଅଙ୍ଗନୱାଡି କର୍ମୀ ଅଥବା ସହାୟିକା ଚୟନ ଭଳି ଇ.ସି ବା କାର୍ୟ୍ୟନିର୍ବାହୀ କମିଟି ସଦସ୍ୟ ବଛା ଯାଇ ବ୍ଳକ ସ୍ତରରେ ମହିଳା ସଶକ୍ତିକରଣର ଓ ଜୀବିକା ଅର୍ଜନ ପରିଚାଳନା ପାଇଁ ମହିଳା ମହାସଂଘକୁ କାର୍ୟ୍ୟଭାର ଦିଆଗଲା । ମାତ୍ର ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି ।ବିଜେପି ବୟାନ ଦେଇଛି, ଏମାନେ ବିଜେଡ଼ିର ରାଜନୀତି କରୁଥିଲେ । ଏମାନେ ବିଜେଡ଼ିର ରାଜନୀତି କରିଥିଲେ ବିଜେପି କ୍ଷମତାରେ ବସିବା ସମ୍ଭବ ହୋଇନଥାନ୍ତା । ତେଣୁ ୮ ମସିହାରୁ ଅଚଳ ଥୁବା ଗାଇଡ ଲାଇନକୁ ରାଜନୈତିକ ପ୍ରତିହିଂସା ପାଇଁ ମହିଳା ବିରୋଧୀ ମନୁବାଦୀ ବିଚାରର ଆକ୍ରମଣ ପାଇଁ ଏହି ଦେଢ ଲକ୍ଷ ମିଶନ ଶକ୍ତି ଇ.ସି. ମହିଳାଙ୍କୁ ହଟେଇବା ପରିବର୍ତ୍ତେ ଆହୁରି ସଶକ୍ତ କରାଯାଉ । ନହେଲେ ୩୧୪ ବ୍ଲକରେ ବିଜେଡି ପ୍ରତିବାଦ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In