• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଜାରି: ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ୪୯.୨୦% ଭୋଟ୍

by Voice of Victims
May 25, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଜାରି: ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ୪୯.୨୦% ଭୋଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଆଜି ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା, ଯାହା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ସାଧାରଣ ନିର୍ବାଚନର ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ସାତୋଟି ଆସନ ସମେତ ୫୮ ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯାଉଛି। ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୪୯.୨୦ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୩୯ ପ୍ରତିଶତ ମତଦାନ ହୋଇଥିଲା। ଆଠଟି ରାଜ୍ୟ / ୟୁନିଅନ୍ ଅଞ୍ଚଳରେ ଏହି ୫୮ ଟି ସିଟ୍ ଉପରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଭୋଟ୍ ପାଇଁ ୧.୧୪ ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ ହୋଇଥିବାବେଳେ ମୋଟ ୧୧.୧୩ କୋଟିରୁ ଅଧିକ ଭୋଟର ଅଛନ୍ତି। ଏଥିମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫୧୨୦ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୫୮ ଟି ଆସନରେ ୮୫ ବର୍ଷରୁ ଅଧିକ ୮.୯୩ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ୧୦୦ ବର୍ଷରୁ ଅଧିକ ୨୩,୬୫୯ ଭୋଟର ଏବଂ ୯.୫୮ ଲକ୍ଷ ଭିନ୍ନକ୍ଷମ ଭୋଟର ଅଛନ୍ତି, ସେମାନଙ୍କୁ ଘରେ ଭୋଟ୍ ଦେବାର ବିକଳ୍ପ ଦିଆଯାଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ ଟି ଆସନ, ହରିୟାଣାରେ ୧୦ ଟି, ପଶ୍ଚିମବଙ୍ଗ ଏବଂ ବିହାରରେ ୮ ଟି, ବିହାରରେ ୭, ଓଡିଶାରେ ୬,ଝାଡଖଣ୍ଡରେ ଚାରିଟି ଏବଂ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ୪୨ ଟି ବିଧାନସଭା ଆସନରେ ମଧ୍ୟ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In