ବାଲେଶ୍ଵର ( ଭିଓଭି ) : – ଆଜି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୨୨ଟି ଏସ୍ଏଚ୍ ଜି ର ମା ମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ୨ ଘଣ୍ଟା ସମୟ ମଧ୍ୟରେ ଚକୁଳି ପିଠା , ପାମ୍ପିଡି ଚାଟ୍ , ଦହିବରା , ଇତ୍ୟାଦି ୩୦/୪୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ । ରେମୁଣା ର ବିଧାୟକ , ବ୍ଲକ ଚେୟାରମେନ , ସିଡିପିଓ ମାଡାମ୍ , ରେମୁଣା ଡିଗ୍ରୀ କଲେଜ ର ଅଧ୍ୟାପକ ଉପସ୍ଥିତ ଥିଲେ । ଓଡ଼ିଶା ସରକାରଙ୍କ ର ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସମ୍ମାନନୀୟ ଅତିଥି ନିଜର ମତ ରଖିଲେ ।

ପ୍ରଥମ ପ୍ରତିଯୋଗିଙ୍କୁ ୫୦୦୦ ଟଙ୍କା ଏବଂ ଦ୍ୱିତୀୟ ପ୍ରତିଯୋଗିଙ୍କୁ ୪୦୦୦ ଟଙ୍କା ଦେଇ ପୁରସ୍କୃତ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ମିଶନ ଶକ୍ତି ର ବି ପି ସି ମାଡାମ୍ , ଓଡ଼ିଶା ଜୀବିକା ମିଶନ ର ବି ପି ଏମ୍ ଏବଂ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ କମ୍ୟୁନିଟି ଷ୍ଟାଫ୍ ମାନେ ପରିଚାଳନା କରିଥିଲେ । ଆସନ୍ତା କାଲି ଜିଲ୍ଲାସ୍ତରୀୟ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବାର ସୂଚନା ରହିଛି ।
