ବାଲେଶ୍ୱର (ଭିଓଭି) ୧୬/୧ ; – ସାଧାରଣ ଜନତାଙ୍କ ପାଇଁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେମୁଣା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା , ଅନ୍ ଲାଇନ୍ ସପିଂ ଏବଂ ଆର୍ଥିକ କାରବାର ସମ୍ପର୍କିତ ସତର୍କତା , କେୱ ।ଇସି, ପାନ୍ , ଆଧାର ଅପ୍ ଡେଟ୍ ଠକେଇ , ସର୍ଚ୍ଚ ଇଞ୍ଜିନ , ଚାକିରି , ଲୋନ୍ ଆପ୍, ଅଜ୍ଞାତ କଲ୍ – ସିମ୍ ସ୍ୱାପ , ଅନ୍ ଲାଇନ୍ କ୍ରୟ/ବିକ୍ରୟ ଠକେଇ , ଇତ୍ୟାଦି ବିଷୟରେ ସଚେତନ କରାଗଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ , ଅତିରିକ୍ତ ବ୍ଲକ ଅଧିକାରୀ , ମିଶନ ଶକ୍ତି ର ବିପିସି , ଏସ୍ ପି କାର୍ଯ୍ୟାଳୟ ର ଅଧିକାରୀ , ବ୍ଲକ ଚେୟାରମେନ , ସୁପରଭାଇଜର , ଅଙ୍ଗନବାଡ଼ି କର୍ମୀ , ଏସ୍ ଏଚ୍ ଜି ର ମହିଳା ଏବଂ ବିଭିନ୍ନ ବିଦ୍ୟାଳୟ ର କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ । ଶେଷରେ କାକବରେଇ , ମହାରାଜାପୁର , ପି ଏମ୍ ଶ୍ରୀ ରେମୁଣା ହାଇସ୍କୁଲ ର ୩ ଜଣ କିଶୋରୀ ଙ୍କୁ ଗତ ବର୍ଷ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ହେତୁ ସମ୍ମାନିତ କରାଯାଇଥିଲା ।
