• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍

by Voice of Victims
March 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍

ଭୁବନେଶ୍ୱର : ଥାନା ପାଲଟିଲା ରଣକ୍ଷେତ୍ର । ପୋଲିସ ଉପସ୍ଥିତିରେ ମାରପିଟ୍ । ଥାନା ପରିସରରେ ପଡିଲା ରକ୍ତ ଛିଟା । ଭୁବନେଶ୍ବର ଚନ୍ଦକା ଥାନା ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ ପୀତବାସ ପାଲଟାସିଂଙ୍କ ଦୁଇ ପତ୍ନୀ ଓ ତାଙ୍କ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏଭଳି ପରିସ୍ଥିତି ଉପୁଜିଛି। ଗଣ୍ଡଗୋଳ ଉଗ୍ରରୂପ ନେଇଛି । ମାରପିଟ୍ ହୋଇ ରକ୍ତାକ୍ତ ହୋଇଛନ୍ତି ଉଭୟ ପରିବାର । ପୀତବାସଙ୍କର ଦୁଇଟି ସ୍ତ୍ରୀ ଥିବା ବେଳେ ସମ୍ପତ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଗତ ୨୦ ତାରିଖରେ ଦାରୁଠେଙ୍ଗର ସୋମ୍ୟ ପାଲଟାସିଂହ ଓ ସାଗର ପାଲଟାସିଂହଙ୍କ ମଧ୍ୟରେ ଗଣ୍ଡଗୋଳ ବେଳର ଭିଡିଓ ଭାଇରାଲ ହୋଇଛି ।  ଚନ୍ଦକା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା ।  ଗତ ୨୧ତାରିଖରେ ମାମଲାରେ ସମ୍ପୃକ୍ତ୧୪ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

ସେପଟେ ଭୁବନେଶ୍ବର ପଟିଆ କଲେଜ ରୋଡ଼ରେ ରୋଷେୟାର ତଣ୍ଟି କାଟିଦେଲା ହେଲ୍ପର । ଗୁରୁତର ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି । ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ସାମାନ୍ୟ ବଚସାରୁ ରେଷ୍ଟ ରୁମ ଭିତରେ ଏକ ଧାରୁଆ ଅସ୍ତ୍ରରେ ରୋଷେୟା ଆଶିଷଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ମଦ୍ୟପ ହେଲପର ।  ହେଲପର ଜଣକ ହେଲେ କେ. ଲବ ରାୟ ।  ଆଶିଷଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲପରକୁ ଅଟକ ରଖି ପଚାରାଉଚରା କରୁଛି ଚନ୍ଦ୍ରଶେଖର ଥାନା ପୋଲିସ ।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In