• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାର ଔରଙ୍ଗାବାଦରେ ଓଲଟିଲା ଡଙ୍ଗା, ୫ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

by Voice of Victims
October 10, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିହାର ଔରଙ୍ଗାବାଦରେ ଓଲଟିଲା ଡଙ୍ଗା, ୫ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ବିହାର : ବିହାର ଔରଙ୍ଗାବାଦରେ ବଡ଼ ଦୁର୍ଘଟଣା । ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଏବଂ ପ୍ରଶାସନ ପହଞ୍ଚିଛି । ଘଟଣା ସ୍ଥଳରେ ଜିଲାପାଳ, ଏସପି, ଏସଡିଏମ, ଏସଡିପିଓ ଏବଂ ଅନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ ବୁଡ଼ାଳିଙ୍କ ସହାୟତାରେ ଜଣେ ଯୁବତୀଙ୍କ ମ୍ତଦେହ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମଧ୍ୟ ମିଳିଛି ।

ଘଟଣା ବିଷୟରେ ଔରଙ୍ଗାବାଦ ଜିଲ୍ଲାପାଳ ଶ୍ରୀକାନ୍ତ ଶାସ୍ତ୍ରୀ ୫ ଜଣ ନିଖୋଜ ଥିବା କହିଛନ୍ତି । ସେ କହିଛନ୍ତି ଡଙ୍ଗା ଓଲଟିବାକୁ ଯୋଗୁଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜକୁ ଖୋଜାଚାଲିଛି । ସେମାନେ ନଦୀ ପାର କରିବା ସମୟରେ ଡଙ୍ଗା ଓଲଟିପଡିଥିଲା । ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାକୁ ଦୁଃଖଦ କହିବା ସହିତ ଦୁଃଖ ସମୟରେ ପୀଡତ ପରିବାରକୁ ଧୈର୍ଯ୍ୟ ଏବଂ ଶକ୍ତି ପ୍ରଦାନ କରିବା ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In