• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

by Voice of Victims
April 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ ଖପ୍ପା ହେବେ ସେଥିପାଇଁ ବିଜେଡି ତାଙ୍କୁ ଦଳର ଉପସଭାପତି ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ଘୋଷଣା କରିଛି। ହଠାତ ଦଳ ଏପରି ଦାୟିତ୍ବ ଦେବା ଅର୍ଥ ହେଉଛି ଯେ, ଚନ୍ଦ୍ରଶେଖରଙ୍କ ଆଉ ଟିକେଟ ନାହିଁ। ତାଙ୍କୁ ବିଜେଡି ଏଥର ବ୍ରହ୍ମପୁର ଆସନରେ ଲଢିବା ପାଇଁ ସୁଯୋଗ ଦେବ ନାହିଁ ଚିନ୍ତା କରି ତାଙ୍କର ଦଳୀୟ କ୍ଷମତାକୁ ବୃଦ୍ଧି କରିଛନ୍ତି। ଗତ ନିର୍ବାଚନରେ ଚନ୍ଦ୍ରଶେଖର ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ 4 ଲକ୍ଷ 43 ହଜାର ଭୋଟ ପାଇଥିବା ବେଳେ ଭୃଗୁ ବିଜେପିରୁ ପ୍ରାର୍ଥୀ ହୋଇ 3 ଲକ୍ଷ 48 ହଜାର ଭୋଟ ହାତେଇଥିଲେ। କଂଗ୍ରେସରୁ ଭି ଚନ୍ଦେରଶେଖର ନାଇଡୁ ମାତ୍ର ଏକ ଲକ୍ଷ 42 ହଜାର ଭୋଟ ପାଇଥିଲେ।ଏଥିରୁ ସ୍ପଷ୍ଟ ଯେ, ଭୃଗୁ ଗତଥର ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ। ତେବେ ଏଥର ଗଣିତ ପୁରା ଏପଟସେପଟ ହୋଇଯାଇଛି। କାରଣ ହେଲା ଗତଥର ଗଂଜାମର ପୁରା ସଂଗଠନ ସମ୍ଭାଳି ଥିଲେ ପ୍ରଦୀପ ପାଣିଗ୍ରାହୀ। ହେଲେ ଏଥର ସେ ବିଜେପିରେ ସାମିଲ ହୋଇ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଟକ୍କର ଦେବା ପାଇଁ ଦଳ ଚନ୍ଦ୍ରଶେଖରଙ୍କ ଉପରେ ଭରସି ପାରୁ ନାହିଁ। ସେହି ଗଣିତରେ ଭୃଗୁ ବିଜେଡିରେ ମିଶିବା ପରେ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲଢିବେ।

Post Views: 20
Tags: Bhrigu left BJP on one sideBrahmapur politics is active
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In