• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାଇଜାନଙ୍କୁ ପୁଣି ଧମକ, ‘ଘରେ ପଶି ମାରିବୁ, କାରକୁ ବୋମାରେ ଉଡ଼ାଇଦବୁ’

by Voice of Victims
April 14, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

ନୂଆଦିଲ୍ଲୀ: ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି । ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପଶି ହତ୍ୟା କରିବୁ । କେବଳ ଏତିକି ନୁହେଁ, ସଲମାନ ଖାନଙ୍କ କାରକୁ ବୋମା ବିସ୍ଫୋରଣ କରିବାର ଆଶଙ୍କା ମଧ୍ୟ ରହିଛି । ୱର୍ଲି ପୋଲିସ ଷ୍ଟେସନରେ ଫୋନ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ସଲମାନଙ୍କ ଘରେ ପଶି ହତ୍ୟା କରିବା ପାଇଁ ଧମକ ମିଳିଛି । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରରେ ଏହି ଧମକ ମିଳିଛି । ଏହି ଧମକ ଦେଇଥିବା ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ତାଙ୍କ ଘରେ ପଶି ହତ୍ୟା କରିବୁ ଏବଂ ତାଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏହି ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।

ପୂର୍ବରୁ ସଲମାନଙ୍କୁ ଅନେକ ଥର ଧମକ ମିଳିଥିଲା । ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଧମକ ମିଳିଥିଲା । ଗତବର୍ଷ ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ଗୁଳିମାଡ଼ ହୋଇଥିଲା । ଏଥିସହିତ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ କରାଯାଇଥିଲା । ଏହାପରେ ସୁପରଷ୍ଟାରଙ୍କୁ Y ପ୍ଲସ୍ ସୁରକ୍ଷା ଦିଆଯାଇଛି । ଏବେ ପୁଣି ଥରେ ତାଙ୍କ ଘର ଭିତରେ ହତ୍ୟା ହେବାର ଧମକ ଆସିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

Post Views: 41
Share197Tweet123Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In