• About Us
  • Contact Us
Friday, February 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨୦୨୬-୨୭ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ : କେଉଁ ବିଭାଗ ପାଇଁ କେତେ, ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ବ

by Voice of Victims
February 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
୨୦୨୬-୨୭ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ : କେଉଁ ବିଭାଗ ପାଇଁ କେତେ, ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ବ

ଭୁବନେଶ୍ୱର : ଉପସ୍ଥାପନ ହେଲା ବଜେଟ୍ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପ୍ରାୟ ୩.୧୦ ଲକ୍ଷ କୋଟି ଟଙ୍କାର ଏକ ରେକର୍ଡ ବଜେଟ୍ ଆଗତ କରିଛନ୍ତି ।  ଏହା ଓଡ଼ିଶାର ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବଜେଟ୍ ମଧ୍ୟରୁ ଅନ୍ୟତମ ।  ଏହି ବଜେଟରେ ମୁଖ୍ୟତଃ ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଏବଂ ଜନକଲ୍ୟାଣକାରୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ବଜେଟରେ କୃଷି, ଜଳସେଚନ, ମହିଳା ସଶକ୍ତିକରଣ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।  ଶିଳ୍ପାୟନ ଏବଂ ଆଞ୍ଚଳିକ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସହ ପୁଞ୍ଜିଗତ ବ୍ୟୟ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ।  ଗ୍ରାମ୍ୟ ଉନ୍ନୟନ, MSME , ପର୍ଯ୍ୟଟନ ଏବଂ ସବୁଜ ଶକ୍ତି ପାଇଁ ବଡ଼ ଧରଣର ଅର୍ଥ ବ୍ୟବସ୍ଥା କରାଯାଇଛି ।  ସରକାରଙ୍କ କହିବା ଅନୁଯାୟୀ, ଆର୍ଥିକ ସନ୍ତୁଳନ ରକ୍ଷା କରି ସମାଜର ସବୁ ବର୍ଗର ଉନ୍ନତି ଏବଂ ସୁରକ୍ଷା ନିଶ୍ଚିତ କରିବା ଏହି ବଜେଟର ଉଦ୍ଦେଶ୍ୟ ।

ବଜେଟରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ?

ବଜେଟରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ସର୍ବାଧିକ ୩୪,୦୦୪ କୋଟି ବ୍ୟୟବରାଦ ହୋଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି, ସ୍ବାସ୍ଥ୍ୟ ବିଭାଗ ପାଇଁ ୨୩,୧୮୨ କୋଟି ଓ ଜଳସମ୍ପଦ ବିଭାଗ ପାଇଁ ୧୬,୪୮୮ କୋଟି କରାଯାଇଛି ବ୍ୟୟବରାଦ ।

କୃଷି- ୧୪,୭୦୧ କୋଟି, ପୂର୍ତ୍ତ ବିଭାଗ ପାଇଁ ୧୩,୪୫୧ କୋଟି,ଗୃହ ବିଭାଗ ପାଇଁ୧୧,୦୨୮ କୋଟି, ନଗର ଉନ୍ନୟନ- ୧୦,୭୨୬ କୋଟି, ଗ୍ରାମ୍ୟ ଉନ୍ନୟନ- ୧୦,୨୦୪ କୋଟି ଟଙ୍କା ଆବଣ୍ଟନ ହୋଇଛି । ପରିବହନ – ୪,୦୭୯ କୋଟି, ଜଙ୍ଗଲ ଓ ପରିବେଶ- ୧,୯୧୬ କୋଟି, ଉଚ୍ଚଶିକ୍ଷା- ୩,୬୬୪ କୋଟି, ଦକ୍ଷତା ବିକାଶ-୧,୮୨୩ କୋଟି ବ୍ୟୟବରାଦ ହୋଇଛି ।

Post Views: 14
Share1Tweet1Send
Voice of Victims

Voice of Victims

Recent Posts

  • ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen
  • ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୩ରୁ ରାଜ୍ୟରେ ବିଜୁଳି ଘଡଘଡି
  • ସ୍ବାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ, ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି
  • ୨୦୨୬-୨୭ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍ : କେଉଁ ବିଭାଗ ପାଇଁ କେତେ, ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ବ
  • ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ସୁଧୁରି ଯାଉ ଇରାନ, ନହେଲେ ଭୟଙ୍କର ପରିଣାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In