ମୟୂରଭଞ୍ଜ: ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୫ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । କଣ୍ଡକ୍ଟରଙ୍କୁ ବଜାର ଭିତରେ କରାଇଲେ ଉଠ ବସ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ ।

ବୈଶିଙ୍ଗା ଗାଁର ସରୋଜ ପୁଥାଳଙ୍କ ପୁଅ ପୀୟୁଷ ଓ ନଡ଼ପୁର ଗାଁର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ ବୈଶିଙ୍ଗା ଆସିବା ପାଇଁ ଅପେକ୍ଷା କରିଥିଲେ । ନଡ଼ପୁର ଗାଁ ଛକରେ ଲକ୍ଷ୍ମୀ ବସରେ ଚଢ଼ିଥିଲେ । ତେବେ ଭଡ଼ା ଦେବାପାଇଁ ପାଖରେ ଟଙ୍କା ନଥିବା କହିଥିଲେ । ବୈଶିଙ୍ଗା ବସଷ୍ଟାଣ୍ଡରେ ତାଙ୍କ ବାପା ଭଡ଼ା ଦେବେ ବୋଲି କହିଥିଲେ । କିନ୍ତୁ ବୈଶିଙ୍ଗା ପହଞ୍ଚିବା ପରେ ବସଷ୍ଟାଣ୍ଡରେ ବାପା ନଥିବାରୁ ବସରୁ ଓହ୍ଲାଇ ଦେବାକୁ ଅନୁରୋଧ କରିଥିଲେ । ହେଲେ ମାନବିକତା ଭୁଲି ଯାଇଥିଲେ ବସ କଣ୍ଡକ୍ଟର । ବସର ଲାଷ୍ଟ ଷ୍ଟପେଜ କଲମା ପର୍ଯ୍ୟନ୍ତ ନେଇଯାଇଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

