• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଦୁଇ ପ୍ରସ୍ତାବରେକ୍ୟାବିନେଟ୍ ମୋହର: ସଂଶୋଧନ ହେବ ଓଡ଼ିଶା ଶିଳ୍ପ ନୀତି, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ

by Voice of Victims
November 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦୁଇ ପ୍ରସ୍ତାବରେକ୍ୟାବିନେଟ୍ ମୋହର: ସଂଶୋଧନ ହେବ ଓଡ଼ିଶା ଶିଳ୍ପ ନୀତି, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ

ଭୁବନେଶ୍ୱର: ଓଡ଼ିଶା ଶିଳ୍ପ ନୀତି-୨୦୧୫ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ର ହେବ ସଂଶୋଧନ ହେବ। ଏହି ଦୁଇ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ଶନିବାର ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିଳ୍ପ ବିଭାଗର ୧ଟି, ଉଚ୍ଚଶିକ୍ଷା ବିଭାଗର ୧ଟି ପ୍ରସ୍ତାବରେ ଅନୁମୋଦନ ଲାଭ କରିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ଶିଳ୍ପ ନୀତି-୨୦୧୫ର ଦୁଇଟି ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହାଦ୍ୱାରା ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପାଇବାକୁ ସକ୍ଷମ ହେବେ। ଏହାସହିତ ପ୍ରୋତ୍ସାହନକୁ ସୁଗମ ପରିଚାଳନା ସହଜ ହେବ। ୨୦୧୫ ଅଧିନରେ ସମସ୍ତ ପ୍ରକାରର ପ୍ରେତ୍ସାହନ ଓ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟସୀମା ୧ଣୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଛି। ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବ ପାଇଁ ବ୍ୟବସ୍ଥା କରାଯାଇଛି। ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାକୁ ବିଫଳ ହୋଇଥିଲେ। ୨୦୨୩ ଜୁନ୍ ୩୦ତାରିଖ ମଧ୍ୟରେ ଦାଖଲ କରି ବି ଅଯୋଗ୍ୟ ହୋଇଥିବେ ସେମାନଙ୍କର ଦରଖାସ୍ତ ଯୋଗ୍ୟ ଆବେଦନକାରୀ ଭାବେ ପୁନଃ ବିଚାର କରାଯିବ । ୨୦୨୩ ଜୁନ୍ ୩୦ ପରେ ଦାଖଲ ହୋଇଥିବା ଆବେଦନଗୁଡ଼ିକୁ ବିବେଚନା କରାଯିବ ନାହିଁ। ଶିଳ୍ପ ସଂସ୍ଥାର ନିୟନ୍ତ୍ରଣ ବାହାରେ ଥିବା କାରଣରୁ ବିଳମ୍ବ ହେବାର ପରିଲକ୍ଷିତ ହେବ ତାହା ମୁଖ୍ୟ ସଚିବଙ୍କ ସ୍ତରରେ ବିଚାର କରାଯିବ ବୋଲି ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି। ସେହିପରିି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ରେ ଏକ ସଂଶୋଧନ ୨୦୧୮ ନଭେମ୍ବର ୧୩ରେ କରାଯାଇଥିଲା। ଏଥିରେ ଦ୍ରବଣ ନିଷ୍କାସନ, ରିଫାଇନ୍ ତୈଳ ପ୍ରସ୍ତୁତି ଓ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକରାତ୍ମକ ତାଲିକାରୁ ହଟାଯାଇଥିଲା। ଏହି ନୀତି ଅନୁସାରେ ପ୍ରୋତ୍ସାହନ ପାଇଁ ସେମାନେ ଯୋଗ୍ୟ ହୋଇଥିଲେ। କିନ୍ତୁ ୨୦୨୦ ଅଗଷ୍ଟ ୧୮ରେ ଓଡ଼ିଶା ଶିଳ୍ପ ନୀତି-୨୦୧୫ରେ ସମାନ ବ୍ୟବସ୍ଥା କରାଯାଇଥିଲା। ତେଣୁ ଉଭୟ ନୀତିରେ ଥିବା ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଏବେ ୨୦୨୦ ଅଗଷ୍ଟ ୧୮ରେ ଶିଳ୍ପ ନୀତିରେ ହୋଇଥିବା ସଂଶାଧନକୁ ୨୦୧୬ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ହୋଇଥିବା ସଂଶୋଧନ ତାରିଖଠାରୁ ଅର୍ଥାତ୍ ୨୦୧୮ ନଭେମ୍ବର ୧୩ରୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଆହୁଜା କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକାଡେମିକ ଉତ୍କର୍ଷ, ଗୁଣାତ୍ମକ ଗବେଷଣା ନିମନ୍ତେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରାପ୍ତି ଦିଗରେ ହୋଇଥିବା ସମସ୍ୟା ଓ ସମାଧାନ କରିବାକୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ର ହେବ ସଂଶୋଧନ ହେବ। ଏହାଦ୍ୱାରା ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ହେବ। ଏହି ସଂଶୋଧନ ଦ୍ୱାରା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ୱାୟତ୍ତ୍ୱତା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଓ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲଙ୍କୁ ଜଡ଼ିତ କରିବା, ଅର୍ଥ କମିଟି ଓ ନିର୍ମାଣ କମିଟି ଆଦି ଗଠନ କରିବା ସହଜ ହେବ। ଏହି ସଂଶୋଧନ ଜାତୀୟ ଶିକ୍ଷା ନୀତି-୨୦୨୦ର ପରିବର୍ତ୍ତନଶୀଳକୁ ଦିଗଗୁଡ଼ିକୁ ସାମିଲ କରାଯିବ। ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲାକୁ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତା ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଯୁକ୍ତି ପାଇଁ ଅଧିକ ସ୍ୱଚ୍ଛ ଓ ସମୟସୀମାବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ କ୍ୟାବିନେଟ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

Post Views: 45
Tags: Cabinet approves two proposals: Amend Odisha Industry Policy
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In