ଆଜିକାଲି ଜନ୍ମଦିନ ରୂ ଆରମ୍ଭ କରି ପ୍ରାୟ ପ୍ରତ୍ୟେକ ପର୍ବପର୍ବାଣି ରେ କେକ୍ କାଟିବା ଏକ ଫ୍ୟାସନ ରେ ପରିଣତ ହୋଇଗଲାଣି l ଭୁବନେଶ୍ୱର ର ସହର ରେ ପ୍ରାୟ ଜାଗାରେ ଏବେ ନାମିଦାମୀ କମ୍ପାନୀ ଠୁ ଆରମ୍ଭ କରି ଛୋଟୋମୋଟ କେକ୍ ଦୋକାନ ଦେଖିବାକୁ ମିଳୁଛି l ହେଲେ ତନ୍ମଧ୍ୟ ରୂ କିଛି ଆସାଧୁ ବ୍ୟବସାୟୀ ଗ୍ରାହକଙ୍କୁ ବାସି ଏବଂ ଖାଦ୍ୟ ଅନୁପଯୋଗୀ କେକ୍ ବିକୁ ଥିବାର ଦେଖିବାକୁ ମିଳୁଛି l ବାସି କେକ୍ ଖାଇବା ବିଶେଷ କରି ଛୋଟ ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ l ବିଭିନ୍ନ ପାକସ୍ଥଳୀ ଜନିତ ସମସ୍ୟା ଝାଡା, ବାନ୍ତି ଭଳି ସମସ୍ୟା ଉପୁଜି ପାରେ l ତେଣୁ କେକ୍ ଟେ କିଣିଲା ବେଳେ ପ୍ରଥମେ ଏହାର ଏକ୍ସପାରୀ ଡେଟ ଦେଖିକି କିଣନ୍ତୁ ଛୋଟ ଛୁଆ ଙ୍କୁ କେକ୍ ଖାଇବା କୁ ଦେବା ଆଗରୁ ପ୍ରଥମେ ଟିକେ ନିଜେ ଆଗ ଚାଖିକି ଦେଖନ୍ତୁ l ବିଏମସି କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଅନୁରୋଧ ମଝିରେ ମଝିରେ କେକ୍ ଦୋକାନ ଗୁଡିକ ର ତଦନ୍ତ କରି କେକ୍ ଗୁଡିକର ଖାଦ୍ୟଉପଯୋଗୀ ଗୁଣବତ୍ତା ନିରକ୍ଷଣ କରନ୍ତୁ l
