• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିକଶିତ ଓଡ଼ିଶାର ରୂପରେଖ ପାଇଁ ପ୍ରସ୍ତାବ ଆହ୍ୱାନ

by Voice of Victims
October 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିକଶିତ ଓଡ଼ିଶାର ରୂପରେଖ ପାଇଁ ପ୍ରସ୍ତାବ ଆହ୍ୱାନ

ଭୁବନେଶ୍ୱର : ସମୃଦ୍ଧ ଓଡ଼ିଶା ୨୦୩୬ରେ ଗଠିତ ହେବ। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରାଯିବ। ଏଥିପାଇଁ ଉନ୍ମାଚିତ ହୋଇଛି ସ୍ୱତନ୍ତ୍ର ୱେବ୍ ପୋର୍ଟାଲ। ବିକଶିତ ଓଡ଼ିଶାର ରୂପରେଖ ପ୍ରସ୍ତୁତ କରିବେ ଓଡ଼ିଶା ଲୋକେ। ସେଥିପାଇଁ ଜନସାଧାରଣଙ୍କୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁରୋଧ କରିଛନ୍ତି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଜନ୍ ଡକ୍ୟୁମେଣ୍ଟ ପାଇଁ ଓଡ଼ିଶାର ଲୋକଙ୍କୁ ସୁଚିନ୍ତିତ ମତାମତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ତାହା ହେଉଛି-https://vision.odisha.gov.in । ଜନସାଧାରଣ ଏହି ୱେବ୍ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ୯୧ ୬୩୭୦୯୫୧୯୨୦ ଏବଂ ଇ-ମେଲ vision@odisha.gov.in/ ଜରିଆରେ ରାଜ୍ୟ ସରକାରଙ୍କୁ ଆଜିଠାରୁ ତିନି ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ। ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ଯେଉଁ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ, ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ। ବିକଶିତ ଓଡ଼ିଶାର ରୂପରେଖ ଓଡ଼ିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ। ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବନାହିଁ, ବରଂ ରାଜ୍ୟର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ଏକ ଦସ୍ତାବିଜ ହେବ। ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ, ତାଙ୍କର ସହଯୋଗୀ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରି ଗ୍ରହଣ କରିବେ। ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡ଼ିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ। ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ। ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ। ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ। ୨୦୩୬ ଓ ୨୦୪୭ର ଓଡ଼ିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ ବୋଲି ସେ କହିଛନ୍ତି। ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତି ପାଇଁ ସମାଜର ବିଶିଷ୍ଟ ନାଗରିକ, ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ନୀତି ନିର୍ଦ୍ଧାରକ, ପ୍ରବାସୀ ଓଡ଼ିଆ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ସାଧାରଣ ଜନତା ମତାମତ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ ୬ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ୨୦୪୭ ମସିହାରେ ଭାରତ ବର୍ଷ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏହା ପୂର୍ବରୁ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ତେଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସଙ୍ଗେ ସଙ୍ଗେ ୨୦୪୭ରେ ବିକଶିତ ଭାରତ ଗଠନ ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼଼ ନେତୃତ୍ୱରେ ଭାରତ ବର୍ଷ ବିକଶିତ ଭାରତ ହେବା ଲକ୍ଷ୍ୟରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ସ୍ୱରୂପ ଦେଶ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି। ଖୁବ୍‌ଶୀଘ୍ର, ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ମାନ୍ୟତା ହାସଲ କରିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ, ବିଶ୍ୱଗୁରୁ ହେବାର ରାସ୍ତାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ୨୦୩୬ ସୁଦ୍ଧା ଓଡ଼ିଶା ଏକ ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି। ଏହା ସହିତ ୨୦୪୭ ସୁଦ୍ଧା ଆମେ ୧.୫ ଟ୍ରିଲିଅନ୍ ଅର୍ଥନୀତି ହେବାର ଲକ୍ଷ୍ୟ ମଧ୍ୟ ରଖିଛୁ। ପ୍ରଧାନମନ୍ତ୍ରୀଙ୍କର ହୃଦୟରେ ଓଡିଶା ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରଧାନମନ୍ତ୍ରୀ ଅନେକ ଥର କହିଛନ୍ତି ଯେ ବିକଶିତ ଭାରତରେ ଓଡ଼ିଶା ଏକ ପ୍ରକୃଷ୍ଟ କ୍ଷେତ୍ର ହେବ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ। ଓଡ଼ିଶା ସବୁ କ୍ଷେତ୍ରରେ ଅଗ୍ରଗତି କରି ଦେଶର ଏକ ପ୍ରମୁଖ ରାଜ୍ୟ ହେବ। ଆମ ସରକାର ଖୁବ୍ ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିଛି। ସାଧାରଣ ଲୋକଙ୍କୁ ଭେଟି, ସେମାନଙ୍କ ସୁଖ ଦୁଃଖ ଶୁଣିବା, ସମାଧାନର ଭରସା ଦେବା, ଆମ ସରକାରଙ୍କ ଆଭିମୁଖ୍ୟର ମୂଳମନ୍ତ୍ର। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମର ଶାସନ ଓ ପ୍ରଶାସନରେ ଏହି ଗଣତାନ୍ତ୍ରିକ ପରମ୍ପରାକୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲୁଥିବା ଆମ ସରକାର ଲୋକଙ୍କ ସରକାର ଭାବରେ ପରିଚୟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତର ରୂପରେଖକୁ ଆମେ ପ୍ରତିଦିନ ଅନୁଭବ କରୁଛୁ। ଲୋକଙ୍କ ସରକାର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲୋକଙ୍କୁ ଅଂଶୀଦାର କରି ଆଗକୁ ବଢିବ। ତେଣୁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ ହେବ ସେଥିରେ ସବୁ ବର୍ଗର ଲୋକଙ୍କ ମତାମତ ପ୍ରତିଫଳିତ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ନୀତି ଆୟୋଗର ସହଯୋଗରେ ଓଡ଼ିଶା ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ। ମତାମତକୁ ଅନୁଶୀଳନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଉତ୍କୃଷ୍ଟ ମତାମତ ଆଧାରରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯିବ।କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In