ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା । ସ୍କୁଲ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ CBSE ପକ୍ଷରୁ ଆଡଭାଇଜରୀ । ସକାଳ ୧୦ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ୧୦ଟା ୩୦ରେ ଆରମ୍ଭ ହେବ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା ।
ଛାତ୍ରଛାତ୍ରୀ ଚାହିଁଲେ ଦ୍ଵିତୀୟ ବୋର୍ଡ ପରୀକ୍ଷା ଦେଇପାରିବେ । ତେବେ ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ ଦ୍ଵିତୀୟ ବୋର୍ଡ ଦେଇପାରିବେନି । ପ୍ରଥମ ବୋର୍ଡ଼ ପରୀକ୍ଷା ବାଧ୍ୟତାମୂଳକ ଅଟେ । ପ୍ରଥମ ବୋର୍ଡ଼ରେ ଅତିକମରେ ୩ ଟି ବିଷୟରେ ବା ତା’ଠୁ ଅଧିକ ବିଷୟରେ ପରୀକ୍ଷା ଦେଇଥିଲେ ଦ୍ଵିତୀୟ ବୋର୍ଡ ଦେଇ ପାରିବେ । ଦ୍ଵିତୀୟ ବୋର୍ଡରେ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଲାଙ୍ଗୁଏଜ ବିଷୟରୁ ଯେ କୌଣସି ୩ ଟି ବିଷୟରେ ପରୀକ୍ଷା (ରିପିଟ) ଦେଇପାରିବେ । ସର୍ବାଧିକ ମାର୍କ ହିସାବକୁ ନିଆଯିବ । ପ୍ରଥମ ବୋର୍ଡ ପରୀକ୍ଷା ଦେଇ ନଥିଲେ “ଏସଏନସିଆଲ ରିପିଟ ” ବର୍ଗରେ ରହିବେ । ଫଳରେ ତା ପର ବର୍ଷ ବୋର୍ଡ ଦେବେ ।
