• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୁହାଁମୁହିଁ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ

by Voice of Victims
May 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୁହାଁମୁହିଁ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ନିର୍ବାଚନ ପ୍ରଚାରରେ ଶେଷ ପର୍ଯ୍ୟାୟରେ ଓଡିଶାରେ ଏକ ବିଚିତ୍ର ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ତାହା ହେଲା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ଚିନ୍ତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପ୍ରଚାରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ସେ ପ୍ରମୁଖ ଅସ୍ତ୍ର କରିଛନ୍ତି। ସେ ତିନୋଟି ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ସେ ବିଜେଡି ତଥା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ତାଙ୍କ ପାଖ ଲୋକ କୁଆଡେ ବେଶୀ ଚିନ୍ତିତ। ନବୀନବାବୁ ମୋ ଠାରୁ ସାନ ହେବେ, ହେଲେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ହଠାତ କିପରି ଖରାପ ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ତାଙ୍କଠାରୁ ସାନ ହୋଇ ପ୍ରତିଦିନ ବହୁ ସ୍ଥାନ ବୁଲୁଛି ଖରାରେ ଜନସମାବେଶକୁ ଉଦବୋଧନ ଦେଉଛି। ହେଲେ ନବୀନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏପରି କାହିକି ଦୁର୍ବଳ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ପାଇଁ କିଛି ଷଡ଼ଯନ୍ତ୍ର ହୋଇଛି କି ବୋଲି ଜନସମାବେଶକୁ ମୋଦି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର ଆସିଲେ ନବୀନଙ୍କ ସ୍ବାସ୍ଥ୍ୟ ନେଇ ହଠାତ ଖରାପ ହେବାର ପର୍ଦ୍ଦାଫାର୍ସ କରିବ। ଏହି ଘଟଣାର ତଦନ୍ତ ହେବ। ସେଥିପାଇଁ ଏକ ହାଇ ଲେବୁଲ କମିଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି ମୋଦି କହିଥିଲେ। ଏପରିକି ସେ କହିଥିଲେ ଯେ, ତାଙ୍କର ହିତାକାଂକ୍ଷୀ ବୋଲାଉଥିବା ଜଣେ ବ୍ୟକ୍ତି ଏହାପଛରେ ଅଛନ୍ତି କି କ’ଣ ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ। ଏହା ପୂର୍ବରୁ ଓଡିଶାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ନବୀନଙ୍କ ସ୍ବାସ୍ଥ୍ୟ ନେଇ ସମାଲୋଚନା କରିଥିଲେ। ତେବେ ଏ ନେଇ ଆଜି ଖୋଦ ନବୀନ ପଟ୍ଟନାୟକ ନବୀନ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛନ୍ତି। ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟ ଉପରେ ଏତେ ନଜର ତେବେ ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ କରି ପଚାରିପାରିଥାଆନ୍ତେ। ହେଲେ ମୋ ସ୍ବାସ୍ଥ୍ୟ ସଂପର୍କରେ ସେ ଜନସମାବେଶରେ କହିବା କେତେ ଠିକ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟକୁ ଢାଲ କରି ଭୋଟ ପାଇବାକୁ ଯେଉଁ ଚେଷ୍ଟା କରୁଛନ୍ତି ବୋଲି ନବୀନ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋର ସ୍ବାସ୍ଥ୍ୟ ଭଲ ଅଛି। ମୁଁ ମଧ୍ୟ ଖରାରେ ବିଭିନ୍ନ ପ୍ରଚାରରେ ସାମିଲ ହେଉଛି। ମୁଁ ମଧ୍ୟ ଭାଷଣ ଦେଉଛି। ଯଦି ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିବାକୁ ଚାହୁଛନ୍ତି, ତେବେ ମୋ ସ୍ବାସ୍ଥ୍ୟ ଖରାପ ବୋଲି କେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଧରନ୍ତୁ ବୋଲି ନବୀନ କହିଥିଲେ। ସେ କହିଥିଲେ ଯେ, ଗତ ଦଶ ବର୍ଷ ଧରି ମୋର ସ୍ବାସ୍ଥ୍ୟ ଖରାପ ଅଛି ବୋଲି ସ୍ଥାନୀୟ ବିଜେପି ନେତା ଅପ୍ରଚାର କରିଆସୁଛନ୍ତି। ହେଲେ ସେଥିରେ କୌଣସି ପ୍ରଭାବ ପଡୁ ନାହିଁ। ନବୀନ ଆହୁରି କହିଲେ ଯେ, ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟ ଉପରେ ଏକ କମିଟ ଗଠନ କରିବା ଅପେକ୍ଷା ସେ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ଦେବା ପାଇଁ ଏକ କମିଟି ଗଠନ କରନ୍ତୁ। ତେବେ ତାହା ଓଡିଶାବାସୀଙ୍କ ଭଲ ହେବ ବୋଲି ନବୀନ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜନସଭାରେ କହି ଭୋଟ ନେବା ହେଉଛି ତାଙ୍କର ଉଦ୍ଦେଶ୍ୟ। ହେଲେ ଓଡିଶା ଲୋକେ ଠିକ କଥା ଜାଣନ୍ତି ବୋଲି ନବୀନ କହିଥିଲେ।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In