• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ :ପାଣ୍ଡିଆନ

by Voice of Victims
May 8, 2024
in ମୁଖ୍ୟ ଖବର, ରାଜ୍ୟ
କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ :ପାଣ୍ଡିଆନ

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ପ୍ରାର୍ଥୀଙ୍କ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏତେ ସଂଖ୍ୟାରେ ଜନସମାବେଶ ଦେଖି ବିରୋଧୀ ଦଳର ସାଂସଦ ପ୍ରାର୍ଥୀଙ୍କ ନିନ୍ଦ ଭାଙ୍ଗିଯାଇଛି । ପଦ୍ମପୁରରେ ବିକାଶ ମୂଳକ କାମର ହିସାବ ଦେବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଉପ-ନିର୍ବାଚନ ବେଳେ କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ କହିଥିଲେ, କିନ୍ତୁ ଏହାକୁ ପୂରଣ କରିପାରିଲେନି । କେନ୍ଦୁପତ୍ରରୁ ଜିଏସଟି ବିଜେଡି ସରକାର ହଟାଇଛି । ଉପ-ନିର୍ବାଚନ ବେଳେ ପଦ୍ମପୁରକୁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତକୁ ୧ କୋଟି ଲେଖାଏଁ ଦିଆଯାଇଛି । କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଠ ମନ୍ଦିରର ରୂପାନ୍ତରଣ ହେଲେ ବିରୋଧୀ ଦଳ ସହିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ । ସୁପ୍ରିମକୋର୍ଟରେ ଦାମୀ ଓକିଲ ଲଗାଇ କାମ ବନ୍ଦ କରିବାକୁ ଚେଷ୍ଟା କଲେ । କିନ୍ତୁ ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ଏ କାମ ଶେଷ ହେଲା । ନବୀନ ଯେଉଁ କାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ବିଜେପି ତାହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ । ଲକ୍ଷଲକ୍ଷ ଚାଷୀଙ୍କୁ ଫସଲବୀମା ବାବଦକୁ ପ୍ରିମିୟମ ଦେବାକୁ ପଡୁନି । ଏହି ସୁବିଧା ଚାଷୀଙ୍କ ପାଇଁ କରିଛନ୍ତି ନବୀନ ପଟ୍ଟନାୟକ । ଡବଲ ଇଞ୍ଜିନ ସରକାର ଚାଷୀଙ୍କ ଉପରେ ବୋଝ ଲଦୁଛନ୍ତି । କିନ୍ତୁ ଏହି ବୋଝକୁ ନିଜେ ଦୂର କରିଛନ୍ତି ନବୀନ ସରକାର । ବିଜୁ ଏକ୍ସପ୍ରେସ ୱେରେ ପଦ୍ମପୁର ସବଡିଭିଜନ ଅଧିକ ଲାଭ ପାଇଛି । କେନ୍ଦୁପତ୍ର ତୋଳାଳୀଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛି ବିରୋଧୀ । କିନ୍ତୁ କେନ୍ଦୁପତ୍ର ତୋଳାଳୀଙ୍କୁ ସମ୍ମାନ ଦେବା ସହ ସଶକ୍ତ କରୁଛି ବିଜେଡି । ଡବଲ ଇଞ୍ଜିନ ସରକାର ମିଛ ପ୍ରତିଶ୍ରୁତି ଦିଅନ୍ତି, ଅପପ୍ରଚାର କରନ୍ତି । ଓଡ଼ିଶାରୁ ନକ୍ସଲ ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଛତିଶଗଡରେ ଡବଲ ଇଞ୍ଜିନ ସରକାରରେ ବୋମା ଫୁଟୁଛି, ନକ୍ସଲ ସମସ୍ୟା ଲାଗି ରହୁଛି । ଏହାସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନବୀନଙ୍କ ହାତକୁ ଟାଣ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

Post Views: 27
Tags: Chief Minister believes in deeds
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In