• About Us
  • Contact Us
Wednesday, April 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନୋଟବନ୍ଦୀ ହେବାର ଇସାରା ଦେଲେ ମୁଖ୍ୟମନ୍ତ୍ରୀ

by Voice of Victims
June 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନୋଟବନ୍ଦୀ ହେବାର ଇସାରା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ବନ୍ଦ ହେବ କି ୫୦୦ ଟଙ୍କିଆ ନୋଟ୍‌ । ଏମିତି ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ଖାସ୍‌ କରି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ବୟାନ ଦେବା ପରେ ଚର୍ଚ୍ଚା ଆହୁରି ବଢିଯାଇଛି । କାରଣ ସେ ସ୍ପଷ୍ଟ ଭାବରେ କହିଛନ୍ତି, ଦୁର୍ନୀତିକୁ ବନ୍ଦ କରିବାକୁ ହେଲେ ୫୦୦ ଟଙ୍କିଆ ନୋଟ୍‌ ବନ୍ଦ ହେବା ଦରକାର । କଥାହେଲା ଏନଡିଏରେ ସେ ସାମିଲ ଥିବାରୁ ତାଙ୍କ ବୟାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହୁଛି । ପୂର୍ବରୁ ବି ମୋଦୀ ସରକାର ନୋଟ୍‌ବନ୍ଦୀ କରିଥିଲେ । ଯାହାଦ୍ବାରା କୋଟି କୋଟି ଲୋକ ହଇରାଣ ହୋଇଥିଲେ । ଏବେ ପୁଣି ଥରେ ନୋଟ୍‌ବନ୍ଦୀ ହେଉଥିବାରୁ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଲାଣି ।

ବନ୍ଦ ହେବ ୫୦୦ ଟଙ୍କିଆ ନୋଟ୍‌ !
ଦୁର୍ନୀତି କମାଇବାକୁ ସରକାର ନେବେ କି ନିଷ୍ପତ୍ତି ?
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା
ଚନ୍ଦ୍ରବାବୁ କହିଲେ,
୧୦୦ ଓ ୨୦୦ ଟଙ୍କିଆ ନୋଟ୍‌ ଚାଲୁ
ବଡ଼ ନୋଟ୍‌ ଚାଲିଲେ ଦୁର୍ନୀତି ହେବ

ପୂରା ଦେଶରେ ଏବେ ଦୁର୍ନୀତି ହେଉଥିବା ଦେଖାଯାଉଛି । ଅଫିସରଙ୍କଠୁ ଆରମ୍ଭ କରି ସରକାରୀ କର୍ମଚାରୀମାନେ ପିସି ନନେଲେ କିଛି କାମ କରୁନାହାନ୍ତି । ନିଇତି କେଉଁଠି ଭିଜିଲାନ୍ସ ରେଡ୍‌ ହେଉଛି ତ ଆଉ କେଉଁଠି ଇଡି ଓ ସିବିଆଇ ଚଢାଉ ହେଉଛି । ଓଡ଼ିଶାରେ ବି ରବିବାର ରାତିରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ରେଡ୍‌ ମାରିଥିଲା ଟିମ୍ ଭିଜିଲାନ୍ସ । ପାଖାପାଖି ୪୭ ଲକ୍ଷ ଟଙ୍କା ପ୍ରାଥମିକ ଭାବରେ ମିଳିଥିଲା । ଯେଉଁଥିରେ ୫୦୦ ଟଙ୍କିଆ ନୋଟ୍‌ ଥିବାର ଦେଖାଯାଇଥିଲା । ତେଣୁ ବାବୁମାନେ କେଉଁପରି ଭାବରେ ଦୁର୍ନୀତି କରୁଛନ୍ତି ତାହା ସମସ୍ତେ ଜାଣନ୍ତି । ଏହି ସମୟରେ ଜଣେ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ବଢିଛି । 

ଯୋଜନା ଓ ଜନଗଣନାକୁ ନେଇ ରଖିଲେ ବୟାନ

ରାଜ୍ୟରେ ଚାଲିଥିବା ଜନକଲ୍ୟାଣକାରୀ ଯୋଜନାକୁ ନେଇ ଚନ୍ଦ୍ରବାବୁ କହିଛନ୍ତି, ପୂର୍ବରୁ ଏତେ ଯୋଜନା ନଥିଲା । ହେଲେ ଏବେ ଅନେକ ଯୋଜନା ସରକାର କଲେଣି । ହେଲେ ଦୁଃଖର କଥା ଗରିବ ଓ ଧନୀ ଲୋକଙ୍କ ମଧ୍ୟରେ ଅନ୍ତର ବଢିବାରେ ଲାଗିଛି । ଏହାସହ ଉଭୟ ଜାତିଭିତ୍ତିକ ଓ କୁଶଳୀ ଜନଗଣନା ହେବା ଦରକାର । ଏହାସହ ସେ କହିଛନ୍ତି, ହିନ୍ଦୀଭାଷା ଆମର ରାଷ୍ଟ୍ରଭାଷା । ତେଣୁ ସେହି ଭାଷାକୁ ଶିଖିଲେ ଅସୁବିଧା ନାହିଁ । ମାତୃଭାଷା ଶିଖିବା ଯେତିକି ଜରୁରୀ, ରାଷ୍ଟ୍ରୀୟ ଭାଷା ଶିଖିବା ସେତିକି ଜରୁରୀ ବୋଲି ସେ କହିଛନ୍ତି । 

ମୋଟ୍‌ ଉପରେ, ଚନ୍ଦ୍ରବାବୁ ଦେଇଥିବା ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ନୋଟବନ୍ଦୀକୁ ନେଇ ସେ ଯେଉଁ ଇସାରା ଦେଇଛନ୍ତି ଯଦି ସତ ହୁଏ ତାହେଲେ ଲୋକେ ହଇରାଣ ହେବେ ବୋଲି କୁହାଯାଉଛି । ଅବଶ୍ୟ ଏନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି । ଏବେ କେବଳ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 

Post Views: 153
Share198Tweet124Send
Voice of Victims

Voice of Victims

Recent Posts

  • ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢାଇଲା ଏୟାର ଇଣ୍ଡିଆ
  • ଖୁବଶୀଘ୍ର ଝାରସୁଗୁଡ଼ାରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା , ସିଧାସଳଖ ଦେଶବିଦେଶକୁ ପଠାଯିବ ସାମଗ୍ରୀ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର
  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In