• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ: ପିଲାଦିନର ସ୍ମୃତି ମନେପକାଇଲେ ହେଲେ ଭାବବିହ୍ୱଳ

by Voice of Victims
June 24, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ: ପିଲାଦିନର ସ୍ମୃତି ମନେପକାଇଲେ ହେଲେ ଭାବବିହ୍ୱଳ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ ଗାଁ ମାଟିର ପିଲାମାନଙ୍କ ସହଯୋଗରେ ସେ ଆଜି ସାରା ଓଡିଶାର ନେତୃତ୍ୱ ନେବାକୁ ସୁଯୋଗ ପାଇଛନ୍ତି। ତେଣୁ ଏବେ ସମୟ ଆସିଛି ସମସ୍ତେ ମିଶି ଗାଁର ବିକାଶ ପାଇଁ କାମ କରିବା। ଆପଣଙ୍କ ମୋହନ ଭାଇ ସବୁବେଳେ ଆପଣଙ୍କ ସାଥିରେ ଅଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ରାଇକଳାରୁ ଏକ ରୋଡ୍ ସୋ ରେ ଯାଇ ଝୁମ୍ପୁରାଠାରେ ପହଞ୍ଚିଥିଲେ। ଝୁମ୍ପୁରା ଏବଂ ଆଖପାଖର ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବିଶାଳ ରୋଡ୍‌ ସୋ ଓ ଫୁଲ ପକାଇ ଜନ୍ମ ମାଟିକୁ ସ୍ୱାଗତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ପ୍ଲାକାର୍ଡ ଧରି ଠିଆ ହୋଇ ରହିଥିଲେ ହଜାର ହଜାର ଜନତା। ବୟସ୍କଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଆସିଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ସମସ୍ତଙ୍କ ମୁହଁରେ ଖୁସି ଅନୁଭୁତ ହେଉଥିଲା। ହେଲିପ୍ୟାଡଠାରେ ଏବଂ ରୋଡ୍‌ ସୋ ରେ ସମସ୍ତଙ୍କୁ ହାତ ହଲାଇ ନମସ୍କାର କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଉଥିଲେ। ସ୍ଥାନେ ସ୍ଥାନେ ଲୋକଙ୍କଠୁ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରୁଥିଲେ। ହେଲିପ୍ୟାଡଠାରେ ଅପେକ୍ଷା କରିଥିବା ଜଣେ ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ତାଙ୍କଠାରୁ ଫୁଲ ତୋଡା ଗ୍ରହଣ କରି ହାତ ମିଶାଇଥିଲେ। ତାଙ୍କ ସମସ୍ୟା ଶୁଣିଥିଲେ। ନିଜେ ପଢୁଥିବା ବିଦ୍ୟାଳୟକୁ ଯାଇଥିଲେ। ସହପାଠୀମାନଙ୍କ ସହିତ ମିଶିଥିଲେ ଓ ଫଟୋ ଉଠାଇଥିଲେ। ସବୁ ଜାଗାରେ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବାକୁ ସୁଯୋଗ ପାଉଥିଲେ। ବାସ୍ତବିକ୍ ଏଇଟା ତ ହେଉଛି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ପରିଚୟ। ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର। ଝୁମ୍ପୁରାଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ସେ କହିଲେ ଯେ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ଶତବାର୍ଷିକୀ ପାଳନ ବେଳକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇସାରିଥିବ, ଭାରତ ସହିତ ତାଳ ଦେଇ ଓଡିଶା ମଧ୍ୟ ବିକଶିତ ରାଜ୍ୟରେ ପରିଣତ ହେବ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତା’ର ସୁଫଳ ଆପଣମାନେ ନିଶ୍ଚିତ ପାଇବେ। ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ ତାହା ନିଶ୍ଚୟ ପାଳନ କରିବୁ। ଶପଥ ନେବାର ଦୁଇ ଘଣ୍ଟା ମଧ୍ୟରେ କ୍ୟାବିନେଟ ଡାକି ନିଷ୍ପତ୍ତି କଲୁ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଗଲା। ମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରାଗଲା। ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଚାଷୀମାନଙ୍କୁ ଧାନ ପାଇଁ ୩୧୦୦ ଟଙ୍କାର ସହାୟକ ମୂଲ୍ୟ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ। କେନ୍ଦୁଝର ମାଟିର ଗୁଣଗାନ କରି ସେ କହିଲେ ଯେ ଏହା ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟିର ପିଲା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ଜାଣିଛି। ଲଢେଇ ନକଲେ ଆମେ ଜୀବନରେ ଆତ୍ମସମ୍ମାନର ସହ ଆଗକୁ ବଢି ପାରିବା ନାହିଁ ବୋଲି ସେ କହିଥିଲେ। ସେ କହିଥିଲେ ଯେ କେନ୍ଦୁଝର ମାଟିରୁ ଖଣି ଲୁଟ୍ ଓ ଶୋଷଣ ବନ୍ଦ ହେବ। କେନ୍ଦୁଝରର ବିକାଶ ପାଇଁ ବହୁତ ଟଙ୍କା ଅଛି। ଇଚ୍ଛା ଶକ୍ତିର ଅଭାବ ଥିଲା। ତାହା ଆଜି ପୂରଣ ହୋଇଛି। ଖଣିଜ ସମ୍ପଦର ସୁବିନିଯୋଗ କରାଯାଇ ସୁନାର କେନ୍ଦୁଝର ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ନିଜ ପିଲା ଦିନର ସ୍ମୃତିକୁ ଉଜ୍ଜୀବିତ କରି ସେ କହିଲେ ଯେ ଏହି ଝୁମ୍ପୁରା ହାଟକୁ ସେ ମା’ଙ୍କ ସହିତ ପ୍ରତି ହାଟ ପାଳିରେ ଆସୁଥିଲେ। ସେ ସ୍ମୃତି ଆଜି ତାଙ୍କର ପୁଣିଥରେ ତାଜା ହୋଇଥିଲା ଓ ତାଙ୍କୁ ଭାବପ୍ରବଣ କରିଥିଲା। ସେ କହିଥିଲେ ଯେ ଏ ମାଟିରେ ମୁଁ ପାଠ ପଢିଛି, ପାଠ ବି ପଢାଇଛି। ଏ ମାଟିର ସମସ୍ତଙ୍କ ସହିତ ମୋର ଭାବଗତ ସମ୍ପର୍କ ଅଛି। ଆପଣମାନେ ଯେତେବେଳେ ମୋତେ ଚାହିଁବେ, ମୋତେ ଭେଟି ପାରିବେ। କୌଣସି ଅସୁବିଧା ନାହିଁ। ଆପଣଙ୍କ ମୋହନ ଭାଇ ଆଜି ସାରା ଓଡିଶାର ନେତୃତ୍ୱ ନେଇଛି। ଗାଁର ହେଉ ବା ନିଜ ଜିଲ୍ଲାର ହେଉ ବା ସାରା ଓଡିଶାର- ଲୋକଙ୍କ ପାଇଁ ମୋ ପାଖରେ ସବୁବେଳେ ସମୟ ଅଛି। ମୋ ସରକାର ହେଉଛି ଲୋକଙ୍କ ସରକାର।

Post Views: 38
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In