• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଶାଳ ଜନସମୁଦ୍ର ମଧ୍ୟରେ କୋରାପୁଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ପ୍ରଚାର

by Voice of Victims
May 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଶାଳ ଜନସମୁଦ୍ର ମଧ୍ୟରେ କୋରାପୁଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ପ୍ରଚାର

ଭୁବନେଶ୍ବର: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ ଆକ୍ଷେପର ପ୍ରଶ୍ନ ଉଠୁ ନ ଥିଲା । ଏହା ହେଉଛି ନବୀନଙ୍କ USP. କଥା କମ୍‌, କାମ ବେଶି ହେଉଛି ତାଙ୍କର ନିଜସ୍ବ ଷ୍ଟାଇଲ। ଆଜି ସେହି ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ମିନିଟ୍‌ରେ ତାଙ୍କର ପ୍ରଚାର ଶେଷ କରିଥିଲେ। ଲୋକଙ୍କୁ କାମର ହିସାବ ଦେଲେ ଓ ମତାମତ ଲୋଡିଲେ। ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରତି ପ୍ରଶ୍ନରେ ଜନତାଙ୍କ ଉତ୍ତର ହଁ ବହୁତ ଭଲ ଚାଲିଛିରେ ସଭାସ୍ଥଳୀ ପ୍ରତିଧ୍ବନିତ ହୋଇଥିଲା । ସମସ୍ତେ ବହୁତ ଖୁସି ଓ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେମାନଙ୍କର ଆନନ୍ଦ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଏ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ମୃଦୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମାନେ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ । ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ ପଚାରିଥିଲେ କୋରାପୁଟ ମେଡିକାଲ କଲେଜ କିଏ କରିଛି । ଗୁପ୍ତେଶ୍ବର ମନ୍ଦିର ରୂପାନ୍ତର କିଏ କରିଛି। କୋରାପୁଟ ଜଗନ୍ନାଥ ମନ୍ଦିରର ରୂପାନ୍ତର କିଏ କରିଛି । କୋରାପୁଟରେ ଚର୍ଚ୍ଚର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ । ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା କହିଥିଲେ ଯେ ବିଜୁ ବାବୁ ମା’ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାକୁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନ ହୋଇ ସବୁ ବର୍ଗର ସଶକ୍ତି କରଣ କରୁଛି ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନି, ପଟାଙ୍ଗୀ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, ଜୟପୁର ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ ଓ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପଡ଼ାଲ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In