• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମଡେଲ ସ୍କୁଲରେ ପରିଣତ ହେବ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ

by Voice of Victims
July 18, 2024
in ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମଡେଲ ସ୍କୁଲରେ ପରିଣତ ହେବ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ

ଭୁବନେଶ୍ୱର: ଆଧୁନିକ ଓଡିଶା ଗଠନ ଓ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଏ ଅଞ୍ଚଳରେ ଜନ୍ମ ନେଇଥିବା ଉତ୍କଳ ଗୌରବ ମଧୁସୁଦନଙ୍କ ଭୂମିକା ଅତୁଳନୀୟ ଥିଲା। ଗଣକବି ବୈଷ୍ଣବ ପାଣି ଆମ ଓଡିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଉଦ୍‌ବୋଧନ ଦେଇ କହିଥିଲେ। ନିଶ୍ଚିନ୍ତକୋଇଲିରେ ପହଞ୍ଚିବା ପରେ ରାଧାକୃଷ୍ଣ କଲ୍ୟାଣମଣ୍ଡପ ପାଖରୁ ପାରମ୍ପରିକ ଘଣ୍ଟ ଘଣ୍ଟା, ନୃତ୍ୟ ଓ ବାଦ୍ୟ ସହିତ ହଜାର ହଜାର ଜନସାଧାରଣ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୬୦ ମସିହାରେ ଜଣେ ଶିକ୍ଷାନୁରାଗୀ ଜମିଦାର ଅହମ୍ମଦ ବକ୍ସଙ୍କ ନାମରେ ନାମିତ ଏହି ବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ଅଞ୍ଚଳ ପାଇଁ ଆଲୋକବର୍ତ୍ତିକା ପାଲଟିଛି ଏବଂ କଟକ ଜିଲ୍ଲାରେ ସୁନାମ ଅର୍ଜନ କରିଛି। ଏ ବିଦ୍ୟାଳୟକୁ ପ୍ରତିଷ୍ଠା କରିବାରେ ଯେଉଁମାନଙ୍କ ଯୋଗଦାନ ରହିଥିଲା ଏ ଅବସରରେ ସେମାନଙ୍କୁ ମୁଁ ପ୍ରଣାମ କରୁଛି। ଏହି ବିଦ୍ୟାଳୟକୁ ଆଗାମୀ ଦିନରେ ଏକ ମଡେଲ ସ୍କୁଲରେ ପରିଣତ କରିବା ପାଇଁ ଉଦ୍ୟମ କରାଯିବ। ସ୍କୁଲର ସବୁ ସମସ୍ୟା ଦୂର ହେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର। ଗତ ୨୪ ବର୍ଷ ମଧ୍ୟରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ହାତ ମିଳେଇବା ତ ଦୂରର କଥା ଦେଖା ମଧ୍ୟ ପାଉନଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏ ବ୍ୟବଧାନ ମଧ୍ୟ ଆଜି ଦୂର ହୋଇଛି। ନୂଆ ସରକାର ଆସିବା ପରେ ଆମେ ଆଜି ଅନେକ ନିଷ୍ପତ୍ତି ନେଇଛୁ। ଶପଥ ନେବାର ଘଣ୍ଟାଏ ଭିତରେ ନିଷ୍ପତ୍ତି ନେଇ ପରଦିନ ସକାଳୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ଯାଇ ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ବ୍ୟବଧାନକୁ ହଟାଇ ଦିଆଗଲା। ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନର ନିଷ୍ପତ୍ତି ନିଆଗଲା। ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଗଲା। ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଗଲା। ଦାୟିତ୍ୱ ନେବା ପରେ ପ୍ରଥମ କ୍ୟାବିନେଟରେ ଚାଷୀଭାଇଙ୍କ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା ସହିତ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ୫୦ ହଜାର ଟଙ୍କାର ଭାଉଚର ପରି କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆ ଯାଇଛି। ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମୋର କଥା ଓ ପ୍ରତିଶୃତି ପାଣିର ଗାର ହେବ ନାହିଁ। ଆମେ ଯାହା ପ୍ରତିଶୃତି ଦେଇଛୁ ତା’ହା ନିଶ୍ଚୟ ପୂରଣ କରିବୁ। ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ କଡାକଡି କରିବୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ମାଧ୍ୟମରେ ଆଜି ସାଧାରଣ ଲୋକଟିଏ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ତା’ର ସୁବିଧା ଅସୁବିଧା ଜଣାଇ ପାରୁଛି। ଓଡିଶାକୁ ନୂଆ ଓଡିଶାରେ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୧୯୪୬ ମସିହାରେ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇ ୬୦ ଦଶକରେ ବିଧିବଦ୍ଧ ଭାବେ ହାଇସ୍କୁଲରେ ପରିଣତ ହୋଇଥିବା ଏହି ବିଦ୍ୟାଳୟ ଆଜି ଏକ ବିଶାଳ ବଟ ବୃକ୍ଷରେ ପରିଣତ ହୋଇଛି। ପ୍ରାକ ସ୍ୱାଧୀନତା ସମୟରେ ଓ ସ୍ୱାଧୀନତା ପରେ ଶିକ୍ଷାର ବିକାଶ ପାଇଁ ଅଞ୍ଚଳବାସୀଙ୍କ ଏହି ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ଅଟେ। ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ଜ୍ଞାନର ପ୍ରୟୋଗଶାଳା କରାଯିବ ଓ ଏଠାକାର ପିଲାମାନେ ଏକ ବୈଭବଶାଳୀ ଓଡିଶା ଗଠନରେ ପ୍ରମୁଖ ଭୂମିକା ନେବେ ବୋଲି ସେ କହିଥିଲେ। ସାଂସଦ ବୈଜୟନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଏକ ମାସ ମଧ୍ୟରେ ଆସି ପ୍ରମାଣ କରିସାରିଲେଣି ଓଡିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ କହିଥିଲେ ଯେ ଅନ୍ଧକାରମୟ ୧୯୪୬ରେ ଏହି ଅଞ୍ଚଳରେ ପ୍ରଜ୍ଜ୍ୱଳିତ ହୋଇଥିବା ଶିକ୍ଷାର ପ୍ରଦୀପ ଆଜି ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରୁଛି। ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ୧୯୬୦ ମସିହାରେ ହାଇସ୍କୁଲ ରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟ ଆଜି ଜନସାଧାରଣଙ୍କ ଉଦ୍ୟମ ଓ ସହଯୋଗରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଛି। କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସାରଦା ପ୍ରଧାନ ସଂଯୋଜନା କରିଥିଲେ। ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଦେବେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଗଣ, ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Post Views: 22
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In