• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖାଲିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ ଖୁବ୍‌ଶୀଘ୍ର

by Voice of Victims
September 18, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖାଲିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର: ରାଜ୍ୟରେ ମୋଟ୍ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫,୭୭୪ ଏଥି ମଧ୍ୟରୁ ୫୭୬୫ ପଦବୀ ଖାଲି ରହିଛି। ତନ୍ମଧ୍ୟରୁ ୪୪୩ ପଦବୀ ଆଡହକ୍‌, କଣ୍ଟ୍ରାଚୁଆଲ୍ ଓ ବିଭିନ୍ନ ପାଣ୍ଠି ବିନିଯୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ। ଲୋକଙ୍କ ଆବଶ୍ୟକତା ପୂରଣ କରିବା ହିଁ ଆମର ପ୍ରାଥମିକତା। ଖାଲି ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଠାରେ ଆୟୋଜିତ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଡାକ୍ତରମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜଣେ ରୋଗୀ ରୋଗକୁ ଡରିଥାଏ। ରୋଗକୁ ଭୟ କରି ସେ ନିଜକୁ ଅଧିକ ଅସୁସ୍ଥ ମନେ କରିଥାଏ । ଏହି ସମୟରେ ଡାକ୍ତର ରୋଗୀକୁ ଆରୋଗ୍ୟର ଯେଉଁ ସ୍ପର୍ଶ ଦିଅନ୍ତି ତାହା ହିଁ ରୋଗୀକୁ ସାହାସ ଓ ବିଶ୍ୱାସ ଦେବାରେ ସାହାଯ୍ୟ କରିଥାଏ। ତ୍ୟାଗ ଓ ନିଷ୍ଠା ହେଉଛି ଡାକ୍ତରଙ୍କ ମହନୀୟତା। ତେଣୁ ଆପଣ ମାନଙ୍କୁ ମୋର ଅନୁରୋଧ ସାଧାରଣ ଲୋକଙ୍କର ଓ ରୋଗୀମାନଙ୍କର ଆପଣ ମାନଙ୍କ ଉପରେ ଯେଉଁ ଭରସା ଓ ବିଶ୍ୱାସ ଅଛି ତାକୁ କେବେ ତୁଟାଇବାକୁ ଦିଅନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତରେ ଆଜି ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିଛି। କୋ-ୱିନ ଆପ୍‌, ଇ-ସଂଜୀବନୀ, ଆରୋଗ୍ୟ ସେତୁ, ଇ- ହସ୍ପିଟାଲ ଆଦି ବ୍ୟବସ୍ଥା ଦେଶର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରି ପାରିଛି। ମୋଦୀଜୀଙ୍କ ବସୁଧୈବ କୁଟୁମ୍ବକମ ନୀତି ଭାରତକୁ ବିଶ୍ୱ ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିଛି। ଆମ ସରକାର ଲୋକଙ୍କ ସରକାର, ଆମକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାମ କରିବାର ଅଛି। ଗତ ୨୪ ବର୍ଷର ସରକାର ସ୍ୱାସ୍ଥ୍ୟ ସେବା ଭଳି ଲୋକଙ୍କ ମୌଳିକ ଆବଶ୍ୟକତାକୁ ଅବହେଳା କରିଆସିଥିଲେ। ସ୍ୱାସ୍ଥ୍ୟ ସେବାର ଅର୍ଥ କେବଳ ଡାକ୍ତର ଓ ରୋଗୀ ନୁହନ୍ତି। ପାରା ମେଡିକାଲ ଷ୍ଟାଫ, ଭିତ୍ତିଭୂମି, ଭଲ ଡାକ୍ତରଖାନା, ଆଧୁନିକ ଟେଷ୍ଟିଙ୍ଗ ମେସିନ୍‌, ପରୀକ୍ଷା ଗାର, ଆମ୍ବୁଲାନ୍ସ, ଔଷଧ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ସୁଯୋଗ ମଧ୍ୟ ସ୍ୱାସ୍ଥ୍ୟ ସେବାର ଅଂଶ ବିଶେଷ। ୨୦୨୪-୨୫ ବଜେଟ୍ ରେ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୩୨ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। ଆମେ ଚାହୁଁ ସ୍ୱାସ୍ଥ୍ୟ ସେବା ରାଜ୍ୟର ସବୁ ଅଞ୍ଚଳରେ ସମାନୁପାତିକ ତଥା ଗୁଣାତ୍ମକ ଭାବେ ପହଞ୍ଚୁ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ରୋଗୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାକୁ ଆମେ ରାଜ୍ୟରେ ଲାଗୁ କରିବାକୁ ଯାଉଛୁ । ଏଥି ସହିତ ଡାକ୍ତର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି, ବାସଗୃହ ସହିତ ଭୟମୁକ୍ତ ବାତାବରଣ ଯୋଗାଇ ଦେବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରୁଛୁ। ଆପଣ ମାନଙ୍କ ଦାବୀ ଗୁଡିକ ବିଚାରକୁ ନିଆଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ ଆପଣ ମାନଙ୍କ ସହିତ ମିଶି ଆମେ ସ୍ୱାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବାକୁ ଚାହୁଁଛୁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

Post Views: 28
Tags: Chief Minister's big announcement: Vacant posts of doctors
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In