• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ ବୃଦ୍ଧି ହେଲା ଲ’ ଅଫିସରମାନଙ୍କର ଦୈନିକ ଓ ରିଟେନର ଫି’

by Voice of Victims
March 1, 2024
in ଆଇନ କାନୁନ, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ ବୃଦ୍ଧି ହେଲା ଲ’ ଅଫିସରମାନଙ୍କର ଦୈନିକ ଓ ରିଟେନର ଫି’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା Non-Cadre Law Officer ମାନଙ୍କର ଦୈନିକ ଓ ରିଟେନର ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସରମାନେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ ଅଫିସର ମାନଙ୍କ ଦୈନିକ ଓ ରିଟେନର ଫି’ କୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲମାନେ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ସେହିଭଳି ରିଟେନର ଫି’ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲ ମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ରିଟେନର ଫି’ ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ। ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ରିଟେନର ଫି’ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୨୯ଜଣ ଗଭର୍ଣ୍ଣମେଣ୍ଟ ପ୍ଳିଡର ଏବଂ ୧୧୩ ଜଣ ଆସିଷ୍ଟାଣ୍ଟ ଗଭର୍ଣ୍ଣମେଣ୍ଟ ପ୍ଳିଡର ପୂର୍ବରୁ ରିଟେନର ଫି’ ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ।

Post Views: 38
Share197Tweet123Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In