• About Us
  • Contact Us
Thursday, February 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବଜେଟ୍ ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ସମୃଦ୍ଧ, ସଶକ୍ତ ରାଜ୍ୟ ଗଢ଼ି ତୋଳିବାକୁ ଯାତ୍ରା ଆରମ୍ଭ

by Voice of Victims
February 21, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଜେଟ୍ ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ସମୃଦ୍ଧ, ସଶକ୍ତ ରାଜ୍ୟ ଗଢ଼ି ତୋଳିବାକୁ ଯାତ୍ରା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଯାତ୍ରା ଆରମ୍ଭ କରିଛୁ। ଏହି ବୃହତ୍ତର ଲକ୍ଷ୍ୟରେ ଚଳିତ ବଜେଟ୍ ଏବଂ ଆଗାମୀ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ୍ ଏକ ଅଂଶବିଶେଷ। ରାଜ୍ୟ ଅର୍ଥନୀତିରେ ଅଭିବୃଦ୍ଧି ଘଟିଛି। ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଭଳି ଯୋଜନା କାର୍ଯ୍ୟକାରୀ କରିବା ସହ କୃଷି ଓ କୃଷକର ଉନ୍ନତି ପାଇଁ ବ୍ୟାପକ ଅର୍ଥ ବ୍ୟବସ୍ଥା ହୋଇଛି। ଧାନର କ୍ୟୁଣ୍ଟାଲ୍ ପିଛା ଏମ୍‌ଏସ୍‌ପି ବୃଦ୍ଧି ହୋଇଛି। ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରାଯାଇଛି। ୨୦୨୯-୩୦ ସୁଦ୍ଧା ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଅର୍ଥ ବରାଦ ହୋଇଛି। ଜମିକୁ ଜଳସେଚିତ ଯୋଗାଇ ଦେବା ପାଇଁ ୧୪,୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୫୨ କୋଟି ବ୍ୟୟରେ ୫୮ଟି ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ହେବ। ଓଡ଼ିଶା ହେବ ଆତ୍ମନିର୍ଭରଶୀଳ। ଆମେ ଯାହା କହିଛୁ,ତାହା କାର୍ଯ୍ୟରେ ଦେଖାଉଛୁ। ଏହା କହିଛନ୍ତି ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ବିଧାନସଭାର ଅପରାହ୍ଣ ବୈଠକରେ ୨୦୨୫-୨୬ ବାର୍ଷିକ ବଜେଟ୍ ଉପରେ ସାଧାରଣ ବଜେଟ୍ ଆଲୋଚନା ଶେଷ ପର୍ବରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବଜେଟ୍‌କୁ ନେଇ ସରକାରଙ୍କୁ ଘେରିଥିଲେ। ଏଥିରେ କିଛି ନାହିଁ, ବିକଶିତ ଓଡ଼ିଶା ସ୍ୱପ୍ନ ପ୍ରତିଫଳିତ ହେବ ନାହିଁ। କେବଳ ବାକ୍ୟରେ ରହିଯିବ ପ୍ରତିଶୁତି। ହେଲେ ବିଜେପି ବିଧାୟକ ସନାତନ ବିଜୁଳି କହିଥିଲେ, ବଜେଟରେ କୃଷି, ଭିତ୍ତିଭୂମି, ମହିଳା ଶସକ୍ତିକରଣକୁ ଗୁରୁତ୍ୱ ଦିଆଯାଇଛି। ୧୬ଟି ନୂଆ ଯୋଜନା ଲାଗୁ ହୋଇଛି। ସୁଭଦ୍ରା ଓ ଧାନ ପାଇଁ ଏମ୍‌ଏସ୍‌ପି ବୃଦ୍ଧି ନିଷ୍ପତ୍ତି ବିରୋଧୀଙ୍କ ନିଜ ହଜାଇ ଦେଇଛି। କଂଗ୍ରେସ ବିଧାୟକ ସି ଏସ୍ ରାଜନ ଏକ୍କା ବଜେଟ୍ ଅର୍ଥ ସରକାର ଖର୍ଚ୍ଚ କରି ପାରୁନଥିବା ଅଭିଯୋଗ କରିଥିଲାବେଳେ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବଜେଟ୍ ଚାଷୀ, ମହିଳା, ଯୁବଗୋଷ୍ଠୀ ଓ ମିଶନ ଶକ୍ତି ବିରୋଧୀ ବୋଲି ଅବିହିତ କରିଥିଲେ। ବିଜେପି ସଭ୍ୟ ସିଦ୍ଧାନ୍ତ ମହାପାତ୍ର ବଜେଟ୍‌କୁ ଲୋକାଭିମୁଖୀ ବଜେଟ୍ ବୋଲି କହିଥିଲା ବେଳେ ଉଭୟ ବିରୋଧୀ ଓ ଶାସକ ଦଳର ବହୁ ବିଧାୟକ ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମର ଆଠ ମାସର ଶିଶୁ ସରକାର। ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନୁହେଁ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାକୁ ହେଲେ ଓଡ଼ିଶା ତାର ପ୍ରମୁଖ ଦ୍ୱାର ହେବ। ପ୍ରଧାନମନ୍ତ୍ରୀଙ୍କ ପଦାଙ୍କ ଏବଂ ଦିଗଦର୍ଶନ ଅନୁସରଣରେ ୨୦୩୬ ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା। ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଲୋକେ ଏହାକୁ ଗ୍ରହଣ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ପଦକ୍ଷେପ। ଏଥିପାଇଁ ଆମେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂ ସାର୍ବଜନୀନ କ୍ରୀଡ଼ା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ବଜେଟ୍ ପ୍ରସ୍ତୁତ କରିଛୁ। ଏଥିସହିତ ସ୍ୱତନ୍ତ୍ରଭାବେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ସୁଦକ୍ଷ ଜନସେବା ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୧୦ ପ୍ରତିଶତ ଅଧିକ। ଏହି ବଜେଟ୍ ଅଟକଳ ମଧ୍ୟରୁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଅଟକଳର ୫୯ ପ୍ରତିଶତ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସମୃଦ୍ଧ ଓଡ଼ିଶା’ର ପରିକଳ୍ପନାକୁ ସାକାର କରିବାକୁ ଆମେ ‘ସମୃଦ୍ଧ କୃଷକ ଯୋଜନା’ରାଜ୍ୟରେ କାର୍ଯ୍ୟକ୍ଷମ ହେଉଛି। ଏହି ଯୋଜନାରେ ୬ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି, ଆବଶ୍ୟକ ହେଲେ, ଅଧିକ ପ୍ରବଧାନ କରିବୁ। କୃଷକମାନଙ୍କୁ ସଠିକ ସମୟରେ ଆର୍ଥିକ ସହାୟତା ଏବଂ ଇନପୁଟ୍ ସହାୟତା ପାଇଁ ସିଏମ୍‌-କିସାନ ଅଧୀନରେ ୨ ହଜାର ୨୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ୩୦ଟି ଜିଲ୍ଲାର ଶହେ ୭୭ଟି ବ୍ଲକ୍‌ରେ ମାଣ୍ଡିଆ ଜାତୀୟ ଶସ୍ୟ ଉତ୍ପାଦନ ସଂପ୍ରସାରଣ ପାଇଁ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ୬ ଶହ କୋଟି ଟଙ୍କା ବ୍ୟୟବରଦାର ପ୍ରସ୍ତାବ ରହିଛି। ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମଣ୍ଡିଆ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏହି ବଜେଟ୍‌ରେ ୬ ଶହ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖୁଛି। ଏହା ଦ୍ୱାରା ଆଦିବାସୀ ଅଞ୍ଚଳରେ ମଣ୍ଡିଆ ଚାଷୀମାନଙ୍କୁ ପ୍ରୋତ୍ସାହନ ମିଳିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେରିକା, ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍ସ,ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ତଥା ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀ ଭଳି ଭାରତୀୟ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଓ ତାଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା ଉଦ୍ଦେଶ୍ୟରେ ଏକ ନୂତନ ଯୋଜନା “ପ୍ରବାସୀ ଓଡିଆ: ଓ-ସମ୍ପର୍କ’ ଅଧୀନରେ ୧୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। ଦେଶ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ବିଭିନ୍ନ ଜନସେବା ଯୋଗାଇଦେବା ପାଇଁ ଆମେ ପ୍ରବାସୀ ଓଡିଆ ନୀତି ପ୍ରଣୟନ କରିବା ସହ ପ୍ରତି ଦୁଇ ବର୍ଷରେ ଥରେ ପ୍ରବାସୀ ଓଡ଼ିଆ ଦିବସ ପାଳନ ନିମନ୍ତେ ମଧ୍ୟ ଯୋଜନା କରୁଛୁ। ଏମିତି ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତକରି ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟ କକ୍ଷତ୍ୟାଗ କରିଥିଲେ।

Post Views: 121
Tags: Chief Minister's reply at the end of the budget discussion: The journey to build a prosperous
Share197Tweet123Send
Voice of Victims

Voice of Victims

Recent Posts

  • ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା
  • ୩ ମାସ ଭିତରେ ଶେଷ କର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ, ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ
  • ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ, ଡାଇଏଟ୍‌ ରାଜସୁନାଖଳାରେ ପାଠଚକ୍ର ଉଦଘାଟିତ, ଶିକ୍ଷକମାନଙ୍କ ନବଚିନ୍ତନର ମଞ୍ଚ
  • ୧୨ ଫେବୃଆରୀ ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In