ଭୁବନେଶ୍ୱର : ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହଙ୍ଗାମା । ସାଇକେଲ ଧକ୍କାରେ ଆହତ ହୋଇ ଆସିଥିବା ଶିଶୁର ମୃତ୍ୟୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟୁଛି ମେଡିକାଲ ପରିସର। ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା କରୁଛନ୍ତି ପରିବାର । ସମସ୍ତଙ୍କୁ ବୁଝାସୁଝା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ମୃତକର ପରିବାର ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବସି ରହିଛନ୍ତି । ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସେହିପରି ଗତବର୍ଷ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିଲା । ଜଣେ ୩ ବର୍ଷୀୟ ଶିଶୁ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଜଣେ ମହିଳା ଡାକ୍ତର ଦାୟିତ୍ୱରେ ଥାଇ ମଧ୍ୟ ପିଲାଟିକୁ ଠିକ ଚିକିତ୍ସା କରି ନ ଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏପରିକି ଅବହେଳା କରିଥିବା ଡାକ୍ତରଙ୍କୁ ଗିରଫ ଦାବି କରିଥିଲେ ମୃତ ଶିଶୁର ପରିବାର ଲୋକ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।
