• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପରିକ୍ରମା: ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

by Voice of Victims
January 12, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପରିକ୍ରମା: ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

-କର୍ମୀ ଓ ସାଧାରଣ ଜନତା ନୂଆ ଚାଣକ୍ୟ ଦେବାଶୀଷ ପଟ୍ଟନାୟକ (କାଳୁ)ଙ୍କ ସପକ୍ଷରେ
ନୟାଗଡ(ଭିଓଭି): ଓଡିଶା ରାଜନୀତି ଇତିହାସରେ ରଣପୁର ନିର୍ବାଚନ ମଣ୍ଡଳୀର ଏକ ସ୍ୱତନ୍ତ୍ର ଇତିହାସ ରହିଛି । ପାଖାପାଖି ଏକ ଲକ୍ଷ ନବେ ହଜାର ଭୋଟରଙ୍କୁ ନେଇ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭାବରେ ପ୍ରସିଦ୍ଧି ଲାଭ କରିଛି । ଅତୀତରେ ରାଣୀ ବସନ୍ତମଞ୍ଜରୀ ଦେବୀ ଏଠାରୁ ନିର୍ବାଚିତ ହୋଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ମାର୍କ୍ସବାଦି କମ୍ୟୁନିଷ୍ଟ ଦଳ ତରଫରୁ ଟାଣୁଆ ନେତା ରମେଶ ଚନ୍ଦ୍ର ପଣ୍ଡା (ସିଦ୍ଧାର୍ଥ ପଣ୍ଡା ଓ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବାପା) ଲଗାତାର ତିନିଥର (୧୯୭୧, ୧୯୭୪ ଓ ୧୯୭୭) ଏଠାରୁ ନିର୍ବାଚିତ ହେବାର ରେକର୍ଡକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରି ନାହାଁନ୍ତି । କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ରମାକାନ୍ତ ମିଶ୍ର ୪ ଥର (୧୯୮୦, ୧୯୮୫, ୧୯୯୫ ଓ ୨୦୦୦ ) ଏଠାରୁ ନିର୍ବାଚିତ ହେଇଛନ୍ତି । ରାଜ୍ୟର କୃଷିମନ୍ତ୍ରୀ ହେଇଛନ୍ତି ଓ ବିରୋଧିଦଳ ନେତା ମଧ୍ୟ ହେଇଛନ୍ତି କିନ୍ତୁ ରମେଶ ପଣ୍ଡାଙ୍କ ଲଗାତାର ତିନିଥର ରେକର୍ଡକୁ ସେ ଭାଙ୍ଗି ପାରି ନଥିଲେ । ୧୯୯୦ ମସିହାରେ ତାଙ୍କର ତୃତୀୟ ଥର ହାଟ୍ରିକ୍ ବିଜୟରେ ବ୍ରେକ୍ ଲଗାଇଥିଲେ ଶରତ ଚନ୍ଦ୍ର ମିଶ୍ର । ଶିକ୍ଷାବିତ୍‌ରୁ ରାଜନେତା ପାଲଟିଥିବା ରଣପୁର, ବୃନ୍ଦାବନ ପୁର ମାଟିର ପୁଅ ଶରତ ଚନ୍ଦ୍ର ମିଶ୍ର ଜନତାଦଳ ଟିକେଟ୍ ରେ ଲଢି ରମାକାନ୍ତଙ୍କୁ ହରାଇଥିଲେ । ୧୯୯୫ରେ ରମାକାନ୍ତ ମିଶ୍ର ଙ୍କ ଠାରୁ ହାରିବା ପରେ ଶରତ ମିଶ୍ର ଆଉ ନିର୍ବାଚନ ଦୃଶ୍ୟପଟ ରେ ଦିଶିନାହାଁନ୍ତି । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନ ଗୁଡ଼ିକୁ ଯଦି ଆମେ ଅନୁଧ୍ୟାନ କରି ଦେଖିବା ତେବେ ଗୋଟିଏ କଥା ସ୍ପଷ୍ଟ ଯେ ବିଜୁ ଜନତା ଦଳ ସମାନ ପ୍ରାର୍ଥୀଙ୍କୁ ପୁନଃ ଚୟନ କେବେହେଁ କରିନାହିଁ । ୨୦୦୪ ମସିହାରେ ବିଜେପି ଓ ବିଜେଡିର ମିଳିତ ମେଣ୍ଟ ପ୍ରାର୍ଥୀ ସୁରମା ପାଢ଼ୀ, ୨୦୦୯ ମସିହାରେ ବିଜେଡିରୁ ସତ୍ୟ ନାରାୟଣ ପ୍ରଧାନ (ବାଦଲ), ୨୦୧୪ ମସିହାରେ ବିଜୁ ଜନତା ଦଳ ତରଫରୁ ରଣପୁର ମାଟିର ଲଢ଼ୁଆ ପୁଅ ରବି ନାରାୟଣ ମହାପାତ୍ର ଏବଂ ଶେଷ ନିର୍ବାଚନ ୨୦୧୯ ମସିହାରେ ସତ୍ୟ ନାରାୟଣ ପ୍ରଧାନଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି ଏବଂ ସଫଳତା ପାଇଛି । ରିପୋର୍ଟ ଅନୁସାରେ ୨୦୦୯ ମସିହା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟ ନାରାୟଣ ୫୪.୪୮% ଶତକଡା ଭୋଟ ପାଇଥିବା ବେଳେ ୨୦୧୯ ମସିହା ନିର୍ବାଚନ ମାତ୍ର ୪୬.୬୬% ଶତକଡା ଭୋଟ ପାଇବାକୁ ସକ୍ଷମ ହୋଇ ନିର୍ବାଚିତ ହୋଇଥିଲେ । ବିଜୟ ହୋଇଥିଲା ସତ କିନ୍ତୁ ଭୋଟ ହାର ଓ ଲୋକପ୍ରିୟତା କମିଥିଲା ।
ବିଜୁ ଜନତା ଦଳ ର ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ତାଲିକାକୁ ଅନୁଧ୍ୟାନ କଲେ ଗୋଟିଏ କଥା ଜଳ ଜଳ କରି ଦେଖା ଯାଉଛି ଯେ କୈାଣସି ଥର ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରୁନାହିଁ । ଚଳିତ ବର୍ଷ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆମର ଭଏସ୍ ଅଫ୍ ଭିକ୍ଟିମ୍ସ ଟିମ୍ ରଣପୁର ନିର୍ବାଚନ ମଣ୍ଡଳୀରେ ଲୋକେ କାହାକୁ ତାଙ୍କର ନେତା ରୂପେ ଏଥର ଦେଖିବାକୁ ଚାହୁଁଛନ୍ତି ବୋଲି ଏକ ଆଭ୍ୟନ୍ତରୀଣ ସର୍ଭେ କରିଥିଲୁ । କିଏ ଜିତିବ କିଏ ହାରିବ ଏହା ଆମର ପ୍ରସଙ୍ଗ ନଥିଲା, ଆମେ କେବଳ କିଛି ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ମତାମତ ନେବାକୁ ଚାହିଁ ଜାଣିବାକୁ ଚାହିଁଥିଲୁ କାହାକୁ ସେମାନେ ଏଥର ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି । ପଞ୍ଚାନବେ ପ୍ରତିଶତ ଲୋକଙ୍କ ମତାମତ ଥିଲା ଯେ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ (ବାଦଲ) ଜଣେ ଉତ୍ତମ ଚରିତ୍ର, ଅମାୟିକ ଓ ହୃଦୟବାନ ମଣିଷ । କିନ୍ତୁ ଦୁଇ ଦୁଇ ଥର ବିଧାୟକ ହୋଇକି ମଧ୍ୟ ସେମିତି କିଛି ଚର୍ଚ୍ଚିତ ଛାପ ଛାଡିପାରି ନାହାଁନ୍ତି ବରଂ କିଛିଟା ବି୍ୱାଦୀୟ ହେଇ ନିଜର ଭାବମୂର୍ତ୍ତି ମଳିନ କରିଛନ୍ତି । ତେଣୁ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ସବୁକ୍ଷେତ୍ରରେ ନିଜକୁ ଆକ୍ଟିଭ ରଖିଥିବା ରଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ, ରଣପୁର ରାଜନୀତିର ନୂଆ ଚାଣକ୍ୟ, ବର୍ତ୍ତମାନ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ତଥା ଓଡ଼ିଶା ଜିଲ୍ଲା ପରିଷଦ ସଭାପତି ମାନଙ୍କର ସଭାପତି ଇଂଜିନିୟର ଦେବାଶିଷ ପଟ୍ଟନାୟକ (କାଳୁ) ସମସ୍ତଙ୍କର ପ୍ରଥମ ପସନ୍ଦ ।
ଦଳୀୟ ପ୍ରାର୍ଥୀ ଚୟନ ଗଣିତ କହୁଛି ବିଜୁ ଜନତା ଦଳ କେବେ ପ୍ରାର୍ଥୀ ରିପିଟ୍ କରେନାହିଁ, ଏପଟେ ଦଳୀୟ କର୍ମୀ ଓ ସାଧାରଣ ଜନତା ନୂଆ ମୁହଁ ସପକ୍ଷରେ । କିଛି ଦଳୀୟ କର୍ମୀ ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ବିଧାୟକ ତଥା ରାଜ୍ୟସଭା ସାସଂଦ ରବି ନାରାୟଣ ମହାପାତ୍ରଙ୍କ ପାର୍ôଥତ୍ୱ ସପକ୍ଷରେ ରେ ବି ନିଜର ମତାମତ ରଖିଥିଲେ । ଦେଖିବା କଥା ଯେ ପୂର୍ବ ରେକର୍ଡକୁ ଭୁଲି ବିଜୁ ଜନତା ଦଳ, ଚେହେରାରେ ମଳିନତା ସତ୍ୱେ ସତ୍ୟ ନାରାୟଣ ପ୍ରଧାନଙ୍କୁ ପ୍ରାର୍ଥୀ କରୁଛି ନା କର୍ମୀ ଓ ସାଧାରଣ ଜନତାଙ୍କ ପଥମ ପସନ୍ଦକୁ ସମ୍ମାନ ଜଣାଇ, ସବୁଥର ଭଳି ପ୍ରାର୍ଥୀ ପରିବର୍ତ୍ତନ ଫର୍ମୁଲାକୁ ଆପଣେଇ ଦେବାଶିଷ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଉଛି ।

Post Views: 76
Share217Tweet136Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In