• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଟ କମିଶନର ଗିରଫ

by Voice of Victims
August 18, 2024
in ମୁଖ୍ୟ ଖବର, ରାଜ୍ୟ
ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଟ କମିଶନର ଗିରଫ

ଭୁବନେଶ୍ବର: ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ ହୋଇଛନ୍ତି। ସରକାରୀ ଟିକସ ହେରଫେର ଅଭିଯୋଗ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଶନିବାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବିନୟ ଭୂଷଣ ତ୍ରିପାଠୀଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଚଢ଼ଉ କରାଯାଇଥିଲା। ଆଜି ତାଙ୍କୁ ବିନୟ ଭୂଷଣ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଗତ ମେ ମାସରେ ଶ୍ରୀ ତ୍ରିପାଠୀ ଓ ଏନଫୋର୍ସମେଣ୍ଟ ୟୁନିଟ ଯାଜପୁରରେ ଏକ ସ୍କ୍ରାପ ବ୍ୟବସାୟୀଙ୍କୁ ଧରିଥିଲେ। ଟ୍ରକ ବୋଝେଇ ସ୍କ୍ରାପ ନେଇଯାଉଥିବା ଟ୍ରକରେ ୮ଲକ୍ଷ ୮୯ହଜାର ଟଙ୍କାର ସାମଗ୍ରୀ ଥିଲା। ଜିଏସଟି ବାବଦରେ ଟ୍ରକ ମାଲିକଙ୍କୁ ୩ଲକ୍ଷ ୨୦ହଜାର‌ ଟଙ୍କା ଜମା କରିବା ପାଇଁ କହିଥିଲେ। ଏହାବାଦ ଗାଡି ଓ େସଥିରେ ଥିବା ସାମଗ୍ରୀ ଛାଡିବା ପାଇଁ ୨ଲକ୍ଷ ୫୦ହଜାର‌ ଟଙ୍କା ଦାବି କରିଥିଲେ। ମାତ୍ର ଗାଡି ମାଲିକ କିଛି ଟଙ୍କା ଦେଇ ନ ଥିଲେ। ପରେ ଶ୍ରୀ ତ୍ରିପାଠୀ ଜବତ କରିଥିବା ସ୍କ୍ରାପକୁ ବେଆଇନ ଭାବେ ଆଉଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ୮୫ହଜାରରେ‌ ବିକ୍ରି କରି ଦେଇଥିଲେ। ମାତ୍ର ଏହି ଅର୍ଥକୁ ସରକାରୀ ତହବିଲରେ ଜମା ନ କରି ନିଜେ ଆତ୍ମସାତ କରିଦେଇଥିଲେ। ଏ ନେଇ ଅଭିଯୋଗ ହେବାପରେ ଶ୍ରୀ ତ୍ରିପାଠୀଙ୍କ ଭୁବନେଶ୍ୱର ୟୁନିଟ-୨ସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ନିରାକାରପୁର ଥାନା ପଦ୍ମପୁରସ୍ଥିତ ପୈତୃକ ବାସଭବନ, ନିର୍ମାଣାଧୀନ ଫାର୍ମ ହାଉସ, ଯାଁଳା ଉତ୍ତର ମୁଣ୍ଡମୁହାଣଠାରେ ଥିବା ଫ୍ଲାଟ ଓ ପାଟକୁରା ଯଦୁପୁର ଗ୍ରାମରେ ଏକକାଳୀନ ଚଢଉ କରାଯାଇଥିଲା। ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା।  ଆଜି ବିନୟ ଭୂଷଣଙ୍କୁ ଗିରଫ କରାଯାଇଛି।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In